କ୍ଷଣକେ ଘୋଟିଲା କଳା ବଉଦଟା
ପବନ ବହିଲା ତୁହାକୁ ତୁହା
ବରଷି ଗଲାସେ ଆକାଶ ବୁକୁରୁ
ଦେଇଗଲା ମନେ ଶୀତଳ ଛୁଆଁ !
କୋଉଠି ଥିଲା ସେ ଅଣଚାଶ ବାଆ
ଚପଳା କାନରେ ଦେଲା ସେ କହି
ଦୁନ୍ଦୁଭି ନାଦର ପହିଲି ସୁରରେ
ଧରଣୀ ଭିଜିଲା ଆତୁର ହୋଇ !
ନିମିଷକେ ଆସି ପ୍ରଳୟ ଭିଆଇ
ଲୁଚିଗଲା କ୍ଷଣେ ବଉଦ କୋଳେ
ଛାଡ଼ି ଚାଲିଗଲା ତାଣ୍ଡବର ଲୀଳା
ଲୁଚିଲେ ସଭିଏଁ ଜୀଇଁବା ଆଳେ !
କାଳ ବୈଶାଖୀର କରାଳ ରୂପରେ
ଥରହର ଆଜି ଧରଣୀ ରାଣୀ
ସାତରଙ୍ଗ ଭରା ସପନେ ସଜେଇ
ସାତ ସପନକୁ ଭାଙ୍ଗୁଛି ପୁଣି !
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
କାଳ ବୈଶାଖୀ - ପବିତ୍ର କୁମାର ନାୟକ
May 04, 2018
0
