କ୍ଷଣକେ ଘୋଟିଲା କଳା ବଉଦଟା
ପବନ ବହିଲା ତୁହାକୁ ତୁହା
ବରଷି ଗଲାସେ ଆକାଶ ବୁକୁରୁ
ଦେଇଗଲା ମନେ ଶୀତଳ ଛୁଆଁ !
କୋଉଠି ଥିଲା ସେ ଅଣଚାଶ ବାଆ
ଚପଳା କାନରେ ଦେଲା ସେ କହି
ଦୁନ୍ଦୁଭି ନାଦର ପହିଲି ସୁରରେ
ଧରଣୀ ଭିଜିଲା ଆତୁର ହୋଇ !
ନିମିଷକେ ଆସି ପ୍ରଳୟ ଭିଆଇ
ଲୁଚିଗଲା କ୍ଷଣେ ବଉଦ କୋଳେ
ଛାଡ଼ି ଚାଲିଗଲା ତାଣ୍ଡବର ଲୀଳା
ଲୁଚିଲେ ସଭିଏଁ ଜୀଇଁବା ଆଳେ !
କାଳ ବୈଶାଖୀର କରାଳ ରୂପରେ
ଥରହର ଆଜି ଧରଣୀ ରାଣୀ
ସାତରଙ୍ଗ ଭରା ସପନେ ସଜେଇ
ସାତ ସପନକୁ ଭାଙ୍ଗୁଛି ପୁଣି !
ପବିତ୍ର କୁମାର ନାୟକ, କେଲୁଆପଲ୍ଲୀ, ଗଞ୍ଜାମ
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ସଂଗ୍ରହାଳୟ
- ନୂତନ ସଂସ୍କରଣ
0 Comments
You can write now your valuable comments here. Off-topic comments may be removed or deleted without prior notice.