ମିଳନ-ବିଚ୍ଛେଦ - ସମିର କୁମାର ବେଉରା

0
ସିଏ ଦେଖାହୋଇଥିଲା ଆଜି
ପ୍ରାୟ ଦଶ ବର୍ଷ ପରେ
ତାଙ୍କ ଗାଁ ମୁଣ୍ଡ ପୋଖରୀ ତୁଠରେ,
ସେଇ ଚିରାଚରିତ ହସ
ଲାଖିରହିଥିଲା ତା ଓଠରେ ,
ତା ମଥାର ସିନ୍ଦୁର ଖତେଇହଉଥିଲେ ମତେ
ତା ଅଣ୍ଟାର ଚର୍ବି
ଆଉ ତା କବରୀର ଦୀର୍ଘତା
ଯାହା ବଢିଥିଲେ କିଛି କିଛି
ଖୋଜିଲେ ବି ମିଳୁନଥିଲା ଲାଜ ଆଉ ତା ମୁଁହରେ
ମୁ ବରଂ କଥାହେଲି କେଇପଦ ନୁଆଁଇ ମୋ ମୁହଁକୁ
ଚେଷ୍ଟା କରି ବି ମିଶେଇ ପାରିଲିନି ଥରୁଟିଏ ବି
ତା ଆଖିରେ ମୋ ଆଖିକୁ I
ସେ ମିଳନରେ ନଥିଲା ମଧୁରତା
ଆମକୁ ଏକାଠି ଦେଖି
ବହୁନଥିଲା ମଳୟ
ବୋହୁ ନଥିଲା ବିରୂପା
ବର୍ଷୁନଥିଲା ଶ୍ରାବଣୀ
ଶୁଖିଲା ଆକାଶରେ ଗର୍ଜୁଥିଲା ଘଡଘଡି
ମନେ ପଡୁଥିଲା ଅତୀତ
ଆଖିରୁ ତାର ଲୁହ ଝରୁଥିଲା ଦୁଇଧାର ହୋଇ
ତା ଗୋରା ଗଲା ଉପରଦେଇ ,
ସମୟ କିନ୍ତୁ ଆଗକୁ ମାଡୁଥିଲା
ଆମ ନିରବ ମିଳନର ମୁହୂର୍ତ୍ତକୁ ଆଡେଇଦେଇ I
ତାର ଉଚାଛାତିକୁ ନିରେଖି ଚାହିଁବାକୁ
ଅବା ତାର ଦେହର ଗନ୍ଧ ପରଖିବାକୁ
ଏ ମନ ଥରୁଟେ ବି ଚାହିଁଲାନି
ଏ ମନ ଚାହିଁଲାନି ଥରେ
ତାକୁ ଆଲିଙ୍ଗନ କରିବାକୁ
ଅବା ତା ସହ କେଇପାଦ ଏକାଠି ଚାଲିବାକୁ,
କିଛି ସମୟର ବର୍ତ୍ତମାନ ପୁଣି ଅତୀତ ହୋଇଗଲା
ସେ ଫେରିଗଲା ତା ସୁଖୀ ସଂସାରକୁ
ଆଉ ମୁ ଫେରିଲି ମୋ ଦୁଖୀ ଦୁନିଆକୁ I




୩୭, ସତ୍ୟମୂର୍ତି ନଗର ତେନାମପେଟ, ଚେନ୍ନାଇ-୬୦୦୦୧୮
ଦୂରଭାଷ: ୯୪୪୪୭୯୭୪୧୭/୯୮୫୩୨୩୦୦୬୫

Post a Comment

0Comments
Post a Comment (0)