ଅରୁକ୍ଷ କାବ୍ୟ ରୁ "ଚ" ଚମ୍ପୁ - ହେମନ୍ତ କୁମାର ବରାଇ

0
"ଚ" ରାଗ - ଗୌଡା ତାଳ-ଝୁଲା

ଚ ରେ ଚାହିଁଦେଲେ ଅଗ୍ନୀ ବଦନ ାପଦା
ଚରିତାର୍ଥ କର ସୁମନେ ସୁମନ ଗଣ
ଅବଶ୍ୟ ନାଶ ଯିବ ଭୁବନ ାା୧ାା
ଚାପରେ ବିରାଜି ଚରାଚର ତୁମ୍ଭେ ଜାଣ
କି ଅବା ଆଉ ବାକି ବଖାଣ ାା୨ାା
ଚହଟ କରିବା କିସ ପାବକ ମହାନ
ଜାଣିବା କି ଆଉ ତୁମ୍ଭ ଗୁଣ ାା୩ାା
ଚନ୍ଦ୍ରଚୂଡ ରେତ ଘେନିବାକୁ ତୋ ସମାନ
ନାହିଁ ବଳବନ୍ତ ଦେବଗଣ ାା୪ାା
ଚାରୁକାନ୍ତି ବୈଶ୍ୱାନର ଜଗତ ଜୀବନ
ରକ୍ଷ ରଖି ଆମ୍ଭର ବଚନ ାା୫ାା
ଚପଳ ଚମକ କାନ୍ତ ତୁମ୍ଭର ବଦନ
ବଡବା କୁ ହିତ ଜଗଜ୍ଜନ ାା୬ାା
ଚୂଡା ତୁମେ ଚିରକାଳ ନୁହେଁ ସନ୍ଦିହାନ
ତୁମ୍ଭେ ଯେ ପ୍ରଭୁ ଦଶବଦନ ାା୭ାା
ଚିତ୍ରଭାନୁ ମୁଖେ ଘ୍ରୁତଧାର ଦେଲେ ଜାଣ
ଆହାର ଯେ ପାଆନ୍ତି ସୁମନ ାା୮ାା
ଚିନ୍ତନ କୁ ନୁହେଁ ଯୋଗ୍ୟ ଅଦ୍ରୁଷ୍ଟ ବିଧାନ
ଏଣୁ ତୁମ୍ଭେ ସ୍ୱାଦର ଭାବନ ାା୯ାା
ଚରିତ କୁ ତୁମ୍ଭର କି କରିବା ବଖାଣ
ସ୍ମରେ ନାହିଁ ଭୟର କାରଣ ାା୧୦ାା
ଚନ୍ଦ୍ରଶେଖର ରେତ କୁ ମସ୍ତକରେ ଘେନ
ଦୂର ହେଉ ତାରକା ପୀଡନ ାା୧୧ାା




ହେମନ୍ତ କୁମାର ବରାଇ,
ଗ୍ରା/ପୋ- ରୁଷୁଡା, ବରଗଡ

Post a Comment

0Comments
Post a Comment (0)