ଦେଖେ ନାହିଁ ଭରା ଆଖି କେତକୀ ଗୋହିରେ ,
ଖିଲିଖିଲି ହସ ପୁଣି ବଉଳ ବେଣୀର ଗୀତ
ଶୁଣେ ନାହିଁ କାନପାରି ନିସ୍ତବ୍ଧ ଛାତିରେ ,
ସଞ୍ଜୁଆ ପ୍ରହର ଖଟି ଏକାନ୍ତରେ ଯାଏ ବିତି
ଚିତ୍ରଟିଏ ଆଙ୍କେ ମନ ଆକାଶରେ ନିତି ,
ବିନିଦ୍ର ରଜନୀ କଟେ କାମିନୀର ମୂଳେ
ମହମହ ବାସୁଥାଏ ବିଚ୍ଛେଦରେ ଭାଳେ ,
ଦେଖେ ନାହିଁ ଚାନ୍ଦ ମୁହଁ ନିଜେ ତ ବଉଦ
କାଳେ ଦୁଃଖେ ଝରିଯିବ ହୋଇ ସେ ବାରିଦ,
ମନ ତାଣ୍ଡବରେ ଝୁଲେ କାୟିକ ବେଦନା
ଭୁଲିବାର ଭୁଲାଣଟା କରେ ଚୂନାଚୂନା,
ଅନ୍ତରିତ ଭାବ ଯେବେ କରେ ପରାହତ
ଜୀଇଁ କରି ମରିବାଟା ହୋଇଯାଏ ସତ ।
ପ୍ରଶାନ୍ତ କୁମାର ସାହୁ,
ଛତ୍ରଗଡ଼, ଖୋର୍ଦ୍ଧା
0 Comments
You can write now your valuable comments here. Off-topic comments may be removed or deleted without prior notice.