ଛୋଟ ସିନା ଆମ ସଂସାର ଥିଲା,
ରାଜଧାନୀ ଭଡ଼ାଘରେ ।
ତୁ ଥିଲୁ ଆଉ ମୁଁ ବି ଥିଲି,
କେହି ନଥିଲେ ତ ସାଥେ ।
ମୋ ବାଟରେ ମୁହିଁ ଚାଲିଯାଉଥିଲି,
ମୁଠାଏ ଦାନାର ପାଇଁ ।
ସଜ ପଖାଳକୁ ଆମ୍ବୁଲ ସାଥେ,
ରହୁଥିଲୁ ମୋତେ ଚାହିଁ ।
ସୁରୁଜ ସାଙ୍ଗରେ ତାଳ ଦେଇ,
କର୍ମରୁ ଘରକୁ ବାହୁଡ଼ି ।
ପଖାଳ ସାଙ୍ଗକୁ ବଡ଼ିଚୁରା ଖାଇ,
ମାରୁଥିଲି ଲମ୍ବା ହାଇ ।
ଆଜିତ ସବୁ ବଦଳିଗଲା ମୋର,
ନାହୁଁ ବୋଲି ମୋ ପାଖରେ ।
ସଜ ତ ସଜ ବାସି ବି ମିଳେନି,
ଏକାକୀ ବଂଚିଲା ବେଳେ ।
ତଥାପି ସେ ବାସ୍ନା ଏବେ ବି ପାଉଛି,
ତୋ ସ୍ମୃତିର ଅନ୍ତରାଳେ ।
ଆଜିର ଏ ଗ୍ରୀଷ୍ମ ଋତୁର ଛୁଆଁରେ,
ବେଶି ମନେପଡ଼ିଲା ସେ ଅତୀତ ।
ତତଲା ଅନ୍ନ କୁ ଯେତେ ଭୁଞ୍ଜିଲେ ବି,
ହେଉନାହିଁ ମନ ଶାନ୍ତ ।




ସୀମାଞ୍ଚଳ ରଣା
ପ୍ରତିଷ୍ଠାତା-ପୁଣ୍ୟତୋୟା ଜାହ୍ନବୀ
କୁର୍ତ୍ତମଗଡ଼, କନ୍ଧମାଳ