ନାଆଁଟି ତାର ପଖାଳ,
ଖାଇଦେଲେ ଭର୍ତ୍ତି ପିଇଦେଲେ ଶାନ୍ତି
ଭାତକୁ ତୋରାଣୀ ଜଳ,,।।
ଏମିତି ସେ ଆହା ଭାରି ସୁଆଦିଆ
ସଭିଙ୍କର ଅତିପ୍ରିୟ ,
ଖାଇନାହିଁ ଯିଏ ପାଇନି ସେ ହାଏ
ଓଡିଆର ପରିଚୟ ,,।।
ପିଲାଠାରୁ ବୁଢା ସଭିଙ୍କୁ ଯେ ଲୋଡା
ଦେହ ରଖେ ଯେଣୁ ଥଣ୍ଡା,
ଶାଗଖରିଡାକୁ ବଢିଚୁରା ଥିଲେ
ଭଲ ଯାଏ ଭାତ ଗୁଣ୍ଡା,,।।
ହୋଟେଲ୍ ଖାଇବା ଫିକା ପଡିଯାଏ
ଆମ ପଖାଳ ଆଗରେ,
ଦହିକୁ ଟିକିଏ ମିଶେଇ ଯେ ଦେଲେ
ଲାଗଇ ଭଲ ସତରେ,,।।
ପଖଳା ମହିମା ସରିବନି ଯମା
ଯେତେ ମଧ୍ୟ ବଖାଣିଲେ,
ଏତିକି କହିବି ଭାରି ମିଠା ଲାଗେ
ବୋଉ ହାତୁ ଖାଇଦେଲେ,,।।
ଜିତେନ୍ଦ୍ର ସାହୁ
ଏମ୍.ତେନ୍ତୁଳିଆ, ପୋଲସରା, ଗଞ୍ଜାମ
