ମୋ ଗାଁରେ ସକାଳ ଆସିଲେ
ପାଖ ମନ୍ଦିରରୁ ଘଣ୍ଟ- ଘଣ୍ଟା ବାଜି ଉଠେ ;
ବୋଉ ସାରୁଛି ବାସି ପାଇଟି
ଖରକି ଦେଲାଣି ଅଗଣା
ସାନ ଖୁଡି ଝାଡୁଛନ୍ତି ବାସି ବିଛଣା
ନୂଆ ବୋହୂଟି ଥିରିଥିରି ପାଦରେ
ଫେରୁଛି ପୋଖରୀ ତୁଠରୁ
କି ସୁନ୍ଦର ମୃଦୁମନ୍ଦ ପବନ ସକାଳର
ନିଧି ନନା ପଖାଳ -ମଦରଙ୍ଗା
ଶାଗ ଭଜାରୁ ପେଟେ ଖାଇ
ବାହାରି ପଡିଲାଣି ବିଲକୁ
କରିବାକୁ ହଳ
ସବୁଦିନ ଆସେ ସକାଳ
ହେଲେ ପ୍ରତ୍ଯେକ ଦିନ
ନୂଆ ନୂଆ ବାସେ
ମୋ ଗାଁର ସକାଳ ।
ସକାଳ ସୂର୍ୟ୍ଯ ଆସିବା ଯଦିଓ ସମାନ ନଥାଏ
ଗାଁର କୁକୁଡା ଡାକ ହେଉ ବା
ବୋଉର ହୁଳହୁଳି ସ୍ବର
ପ୍ରତ୍ଯେକ ସକାଳରେ ନୂଆ ପ୍ରାଣ ଭରେ ।
ମୋ ଗାଁରେ ସକାଳ ଆସିଲେ
ପାଖ ମନ୍ଦିରରୁ ଘଣ୍ଟ -ଘଣ୍ଟା ବାଜି ଉଠେ ।।




ରୀତା ଅପରାଜିତା ମହାନ୍ତି
ସହସମ୍ପାଦିକା, ପୂଣ୍ୟତୋୟା ଜାହ୍ନବୀ ସାହିତ୍ୟ ସଂସଦ
ଆମ୍ରପଲ୍ଲୀ, ଶୈଳଶ୍ରୀ ବିହାର, ଭୁବନେଶ୍ଵର