ସମର୍ପଣ - ସନ୍ତୋଷ ପଟ୍ଟନାୟକ

0
କୃପା ନିଧାନହେ ତୁମରି ବିଧାନେ
ଭରଷାକି ଜୀବନକୁ !!
ତୁମରି ନିର୍ଦ୍ଦେଶେ କଲା କର୍ମ ସବୁ
ସମର୍ପି ଦେଲି ତୁମକୁ.....

ସମର୍ପଣେ ଭାବ କଲି ଭାବଗ୍ରାହୀ
ହର ମୋ ଅଜ୍ଞାନତାକୁ,
ଅଜର ଅମର ଇଛୁନାହିଁ ମୁହିଁ
ଆଶ୍ରାଖାଲି ଶ୍ରୀ ପୟରକୁ...

ମରମର କଥା ମରମେ ମରିଲା
ଶରଣଟା ସାର ହେଲା
ଦରଶନ ପାଇଁ ଭାବେ ଅଛି ଚାହିଁ
ତବକୃପା କିବା ନୋହିଲା !!

ଆକୁଳିତ ଅଶ୍ରୁ ପରାଣ ବିନୟେ
ତୁମରି ପ୍ରତୀକ୍ଷା କଲା
ମମଇଛା ପୂର୍ଣ୍ଣ କରହେ ଠାକୁରେ
ସମର୍ପଣେ ଶିର ନଇଁଲା.....




      - ସନ୍ତୋଷ ପଟ୍ଟନାୟକ

Post a Comment

0Comments
Post a Comment (0)