ଘୋଟି ଆସେ ଅଦିନରେ
ବିଚଳିତ ମନ ଆନମନା ହୁଏ
ଲହୁର ଲୋତକ ଝରେ !
ମନତଳେ ଯେବେ ଲାଗିଯାଏ ନିଆଁ
ହଜିଯାଏ ସୁଖ ଶାନ୍ତି
ପଲକରେ ସବୁ ଧୂଳିସାତ ହୁଏ
ମନେ ମରିଯାଏ ପ୍ରୀତି !
ଅସୀମିତ ଆଶା ତୁଟେ ଯେ ଭରସା
କୋହ ଯାଏ ଯେବେ ଛୁଇଁ
ସାଗରେ ବିଲୀନ ହେବା ପାଇଁ ମନ
ମିଶି ପାରେ ନାହିଁ ନଈ !
ଅଜାଣତେ ଯେବେ ମନ ତଳେ କେବେ
ଖେଳି ଯାଏ କୋହ ବାରି
କିଅବା ସପନେ ନିଶିରେ ଗୋପନେ
ମନ ହୋଇଯାଏ ଚୋରି !
ଆନମନା ମନ ଖୋଜେ ରାତିଦିନ
ହଜି ଯାଇଥିବା ଦିନ
ଏକାନ୍ତ ରେ ବସି ପାହିଯାଏ ନିଶି
ତଥାପି ବୁଝେନା ମନ !
ସ୍ମୃତି ପାରାବାରେ ଅମାନିଆ ହୋଇ
ଲୋଟେ ଯେବେ କୋହ ଢ଼େଉ
ହୃଦୟ ଯନ୍ତ୍ରଣା ସହି ହୁଏନାହିଁ
କହି ନ ପାରଇ ଆଉ !
କେଲୁଆପଲ୍ଲୀ, ଗଞ୍ଜାମ
