ତଥାପି ମଣିଷ ଦେଖିଚାଲିଛି ବିକଳାଙ୍ଗ ହୋଇ ନୀରବତାରେ ।
ବିଶ୍ଵ ଶାନ୍ତିର ରକ୍ଷା ପାଇଁ ଯେଉଁ ହାତ ଦିନେ କରିଥିଲା ଶପଥ,
ନିଜ ଖୁସି ପାଇଁ ସେହି ହାତ ଆଜି ଅସ୍ତ୍ର ଧରି ଝରାଏ କେତେ ରକତ ।
ଦିନେ ଲଢ଼ୁଥିଲେ ଏକାଠି ହୋଇ ସ୍ବାଧୀନତା ପାଇଁ ଜୀବନ ଦେଇ,
ଆଜିବି ଚାଲିଛି ଲଢେଇ ସଭିଙ୍କ ନିଜ ସାମ୍ରାଜ୍ୟର ବିସ୍ତାର ପାଇଁ ।
ସ୍ଵାର୍ଥୀ ମନୋଭାବ ସାଥିରେ ନେଇ ବଢ଼ିଚାଲିଛି ଏ ମଣିଷ ଧାଡି,
ମଣିଷତ୍ବ ଭୁଲି ହିଂସ୍ର ଜୀବ ହୋଇ ନିଜ ଖୁସି ପାଇଁ ଯାଉଛି ମାଡ଼ି।
ଯେଉଁ ମାଆ ଦିନେ ଗର୍ବ କରୁଥିଲା ଗାନ୍ଧୀ ଗୋପବନ୍ଧୁ ଜନମ ଦେଇ,
ସେହି ମାଆ ଆଜି କାନ୍ଦଇ ନୀରବେ ଆଖିର ଲୁହରେ ରକ୍ତ ଝରେଇ ।
ସିଡିଏ, କଟକ- ୭୫୩୦୧୪
