ତୋହରି ବିହୁନେ ଜୀବନଟା ଶୂନ୍ୟ
ଜୀବ ଥାଇ ଦେହ ଶବ,
ତୋ' ବିନା ଅସାର ଲାଗଇ ସଂସାର
ଆଶାହୀନ ଭବିଷ୍ୟତ.....
ଜାତନା ବେଦନା ସବୁରି ଦାନେ ତୁ'
ମହୋଷଧି ପୁଣି ତୁହି ,
ବାଲ୍ୟରେ ତୁ'ବନ୍ଧୁ ଯୁବାରେ ସଖା ତୁ'
ତୋ' ବିନା ମୁକତି କାହିଁ....!!!
ଲୁହରେ ବତୁରି ସ୍ବାର୍ଥକୁ ପାଶୋରି
ଆଦରିଛି ତୋତେ ମୁହିଁ,
ସ୍ବର୍ଗସୁଖ କାମ୍ୟ ଇଛୁନାହିଁ ତୋତେ
ଭକ୍ତ ଡୋରେ ବାନ୍ଧ ତୁହି.....
ତୋର ଆକର୍ଷଣେ ଅପାର ଆନନ୍ଦ
ଆଉସବୁ ଅକାରଣ,
ଆତ୍ମା ମୋ' ପଚାରେ କାମନା ବିହୁନେ
ଜୀବନକି ପରିପୂର୍ଣ୍ଣ...!!?
ତୋ' ବିନା ଏ ମନ ଜୀବନ ନିଷ୍ଫଳ
କାମନା ଏତିକି ସାଇଁ,
ମନ ବୃନ୍ଦାବନେ ଆସ ଥରେ ତୁମେ
ସଂଶୟ ମୋଚନ ପାଇଁ....
- ମୂଳପୃଷ୍ଠା
- ପୂର୍ବ ପ୍ରକାଶିତ
- _କବିତା
- _କ୍ଷୁଦ୍ରଗଳ୍ପ
- _ପ୍ରବନ୍ଧ
- _ରମ୍ୟ ରଚନା
- _ପୁରାଣ କଥା
- _ଶିଶୁ ସାହିତ୍ୟ
- __ଛବିଟିକୁ ଗୀତଟିଏ
- __ଶିଶୁଗଳ୍ପ
- __ଶିଶୁ କବିତା
- __ପଞ୍ଚତନ୍ତ୍ର କାହାଣୀ
- _ବହିପତ୍ର
- __ବଣମଲ୍ଲୀ ଇ-ବୁକ
- __ପୂର୍ଣ୍ଣଚନ୍ଦ୍ର ଭାଷାକୋଷ
- __କବିତା କଲ୍ଲୋଳିନୀ
- __ଲାବଣ୍ୟବତୀ
- __ବୈଦେହୀଶ ବିଳାସ
- __ରସକଲ୍ଲୋଳ
- __ମନବୋଧ ଚଉତିଶା
- __କିଶୋର ଚନ୍ଦ୍ରାନନ ଚମ୍ପୁ
- __ତପସ୍ଵିନୀ
- __ସାରଳା ମହାଭାରତ
- ୱେବ ରେଡିଓ
- ଇଭେଣ୍ଟ
- ନୂତନ ସଂସ୍କରଣ
- ସାହିତ୍ୟ ସଂସ୍କୃତି ଖବର
0 Comments
You can write now your valuable comments here. Off-topic comments may be removed or deleted without prior notice.