ଅନ୍ତରର ବ୍ୟଥା ଭିତରେ ଭିତରେ
ରୂପାନ୍ତର ହୁଏ ଲୁହ,
ଆଖି କୋଣ ବାଟେ ବୋହି ଯାଉଥାଏ
ଆଷାଢ ବର୍ଷାର ସୁଅ ॥

ଯେତେ ଭଲପାଅ ଲୁହ ତ ବୁଝେନା
କିଛି ରହେ ଅବଶୋଷ,
ସବୁ ପ୍ରେମ କେବେ ପୂର୍ଣ୍ଣ କରେନାହିଁ
ପ୍ରିୟା ସହିତରେ ବାସ ॥

ସ୍ନେହ ପ୍ରେମ ଦିନେ ଛଳନା ପାଲଟେ
କେବେ କରେ ଉପହାସ,
ଶାଶ୍ବତ ପ୍ରେମରେ ଦ୍ବନ୍ଦ୍ବହିଁ ନଥାଏ
ରଚିଥାଏ ଇତିହାସ ॥