
ଖୋଜୁଛି ମୁଁ ସେଦିନକୁ..
ଯେଉଁଦିନ ମୁଁ ମାଆର ପଣତରେ
ଲୁଚି ଯାଉଥିଲି ନିଃଶବ୍ଦ ଅନ୍ଧାରର ଭୟରେ,
ଖୋଜୁଛି ମୁଁ ସେଦିନକୁ..
ଯେଉଁ ସନ୍ଧ୍ୟାରେ ଜେଜେମା'ର
ପିଠି ଥାପୁଡା ତାଳରେ
ଶୁଣୁଥିଲି ସାଧବପୁଅର ସାତଦରିଆପାରି କଥା,
ଅବା ସାହାଡ଼ା ସୁନ୍ଦରୀର ବାହା ବୃତାନ୍ତ,
ଖୋଜୁଛି ମୁଁ ସେଦିନକୁ..
ଯେଉଁଦିନ ନଟିଆ ନନା ସାଙ୍ଗେ
କଣ୍ଟା ଗଇଁଠା ନେଇ ଆମ୍ବତୋଟାରେ
ସ୍ୱାଗତିବାକୁ ବସନ୍ତ୍ରର ମଳୟକୁ,
ଖୋଜୁଛି ମୁଁ ସେଦିନକୁ..
ଯେଉଁଦିନ ବାପାଙ୍କ ଡ଼ରରେ
ଯାଉଥିଲି ଧାନ ବୋଝ ମୁଣ୍ଡେଇ
କାଳିଆ କଷରାଙ୍କ ପଛେ ପଛେ
ଶିଖିବାକୁ ବଞ୍ଚିବାର ରାହା,
ଖୋଜୁଛି ମୁଁ ସେଦିନକୁ..
ପୁନିଅଁ ପରବର ସାଙ୍ଗସାଥି ମେଳ
ନଈପଠା ଡାଳମାଙ୍କୁଡ଼ି ଖେଳ
ପୁଣି ଝୁରୁଛି ସେ ସ୍ନେହ ପ୍ରୀତି
ଆଉ ମରିଯାଇଥିବା ଆତ୍ମୀୟତାକୁ ।
0 Comments
You can write now your valuable comments here. Off-topic comments may be removed or deleted without prior notice.