ଫେରି କି ' ହବ ସେ ଅତୀତକୁ ଆଉ
ମନ ଖାଲି ସିନା ଝୁରେ
ସ୍ବାର୍ଥ ସାଉଁଟିଲେ କି' ଲାଭ ପାଇବୁ
ଭଜ ରାମକୃଷ୍ଣ ହରେ.....

ଏ ରସେ ପାଇବୁ ଅମୃତର ସ୍ବାଦ
ଜୀବନ ହୋଇବ ଧନ୍ୟ
ମରି ବି ଅମର ହୋଇବୁ ବାବୁ ତୁ'
ପୁରିବ ତୋ ମନୋସ୍କାମ....



ଅଭୁଲା ଅତୀତ ତୋତେ କନ୍ଦାଇବ
ମିଛ ଏ ଦୂନିଆଁ ମଞ୍ଚ
ଅଢ଼େଇ ଦିନର ଅଭିନୟ ଏଠି
ବେଳଥାଉ ପୁଣ୍ୟ ସଞ୍ଚ....