ନଥିଲା ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ
ସ୍ଵତନ୍ତ୍ର ଓଡ଼ିଆ ଭାଷା
ଓଡ଼ିଆ କହିକି ପରିଚୟ ଦେଲେ
ହେଉଥିଲେ ଲୋକ ହସା ।

ଖଣ୍ଡବିଖଣ୍ଡିତ ଓଡ଼ିଶା ପ୍ରଦେଶ
ଥିଲା ଅନ୍ୟ ରାଜ୍ୟ ମିଶି
ଓଡ଼ିଆ ଏକଟା ଭାଷା ନୟେ ବୋଲି
କହୁଥିଲେ ପ୍ରତିବେଶୀ ।



ମଧୁ ଗୋପବନ୍ଧୁ ଫକୀର ମୋହନ
ଗଜପତି ଗଙ୍ଗାଧର
ସ୍ଵତନ୍ତ୍ର ଓଡ଼ିଶା ଗଠନ ନିମନ୍ତେ
ସାଜିଥିଲେ କର୍ଣ୍ଣଧାର ।

ଉତ୍କଳ ସମିତି ମାଧ୍ୟମେ ଓଡ଼ିଆ
ହେଲେ ସବୁ ଏକଜୁଟ
ନରହିଲା ଆଉ ଓଡ଼ିଆ ମନରେ
ଜାତି ଭେଦ ଭାବ ଫାଟ ।



ସ୍ଵତନ୍ତ୍ର ଓଡ଼ିଶା ଗଠନ ହୋଇଲା
ଏପ୍ରିଲ୍ ପହିଲାରେ
ଓଡ଼ିଶା ରୂପ ରୂପାନ୍ତର ହେଲା
ଭାରତ ମାନଚିତ୍ରରେ ।




ସାଗର ପ୍ରଧାନ, ଖରନିପଡା