ପ୍ରୀତିନନ୍ଦା ତୁମ ପ୍ରୀତିର ଯାଦୁରେ
କରିଅଛ ମୋତେ ବନ୍ଦି
ସୁନ୍ଦର ମୁହଁରେ ଝଲସି ଯାଉଛି
ତୁମ ସେ ନାଲିଆ ବିନ୍ଦି ।
ପ୍ରେମ ପରଶରେ ବାନ୍ଧିଅଛ ମୋତେ
ହୃଦୟେ ଲେଖିଛ ନାମ
ଯେବେ ଠୁଁ ଦେଖିଛି ତୁମରି ଚେହେରା
ମୋତେତ ହୋଇଛି ପ୍ରେମ ।
ଆଖିରେ ଆଙ୍କିଛି ଛବି ମୁଁ ତୁମର
ତୁମକୁ ସପନ ଦେଖେ
ଭାବନାରେ ଯେବେ ମନ ହଜିଯାଏ
ତୁମେ ଥାଅ ମୋର ପାଖେ ।
ହୃଦୟରେ ମୋର ଘରଟିଏ ତୋଳି
ତୁମେତ ଯାଇଛ ରହି
ତୁମରି ନାମରେ ଦିନ କଟିଯାଏ
ରାତି ମୋର ଯାଏ ପାହି ।




ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର, ଉତ୍ତରକୂଳ ହାଟ୍, ପ୍ରୀତିପୁର, ଯାଜପୁର