ଆମ ପାଇଁ ସିଏ ଲଢେଇ କରନ୍ତି
ଜଗନ୍ତି ଦେଶର ସୀମା
ଦେଶର ସେବାରେ ଜୀବନ ଦେବାରେ
ପଛ ଘୁଞ୍ଚା ନାହିଁ ଜମା ।
କାହାର ଛାତିରେ ବାଜିଯାଏ ଗୁଳି
କିଏସେ ପଡୁଛି ଟଳି
ଭାରତ ମାତାର ସୁରକ୍ଷା ପାଇଁକି
ଦିଅନ୍ତି ସେ ପ୍ରାଣବଳୀ ।
ତାଙ୍କରି ପାଇଁକି ନିଜ ଘରେ ଆମ
ଶାନ୍ତିରେ ପାରୁଛେ ଶୋଇ
ହେଲେ ଆମ ପାଇଁ ସୀମାକୁ ଜଗି ସେ
ରାତି ପାହେ ଚେଇଁ ଚେଇଁ ।
ଭାରତ ମାତାକୁ ନିଜ ମାଆ ଭାବି
କରୁଥାନ୍ତି ସେବା ତାର
ଆମକୁ ଭାବନ୍ତି ସତେକି ଯେମିତି
ତାଙ୍କ ବନ୍ଧୁ ପରିବାର ।
ଲୁଟିବାକୁ କେହି ଚାହିଁଲେ ଦେଶକୁ
କରି ଯେତେ ଷଡଯନ୍ତ୍ର
ପ୍ରତିଘାତ ତାକୁ କରନ୍ତି ସୈନିକ
ଜୟ ହିନ୍ଦ ମୁଳମନ୍ତ୍ର ।
ଯିଏ ସାଜୁଛନ୍ତି ଦେଶର ଗୌରବ
ଗର୍ବିତ ଯା'ପାଇଁ ଦେଶ
ସିଏତ ଆମରି ବୀର ସୈନିକ
ହସୁଛି ଭାରତ ବର୍ଷ ।




ପ୍ରଶାନ୍ତ କୁମାର ନାଥ
ସୁନ୍ଦରପୁର,ଉତ୍ତରକୂଳ ହାଟ୍,ପ୍ରୀତିପୁର,ଯାଜପୁର