ଉଆଁସ ଗଲାଣି ନଭେ ଦ୍ବିତୀୟାର ଜହ୍ନ,
ହେଉ ବି ଅସ୍ପଷ୍ଟ ଢାଳେ ଶୀତଳ କିରଣ ।
ଶୂନ୍ୟତାରୁ ଶଶିଙ୍କର ଅସ୍ଥିତ୍ବ ବିକାଶେ,
ଦେଖି ତାରେ ପ୍ରିୟତମା କଇଁ ଦେଖ ହସେ ।
ଲାଜର ଓଢ଼ଣି ଆଜି ମୁଖୁ ଟାଣି ନେଇ,
ଉତ୍କଣ୍ଠାରେ ଦିନ ଗଣେ କେବେ ଯେ ପୁନେଇଁ ।
ଅର୍ଦ୍ଧଚନ୍ଦ୍ର ବୋଲି ସିଏ ଅର୍ଦ୍ଧ ପ୍ରଷ୍ଫୁଟିତା,
ପୂର୍ଣ୍ଣିମା ଶଶାଙ୍କ ଦେବେ ତା’ଦେହେ ପୂର୍ଣ୍ଣତା ।
ଏକେ ଦେଖ ଧରିତ୍ରୀରେ ଆରେକ ଅମ୍ବରେ,
ଦୂରତା ବଢ଼ିନି ପ୍ରେମେ ଥିଲେ ବହୁଦୂରେ ।
ଲାଜୁକିରାଣୀ ସେ କଇଁ ହସଇ ମୁରୁକି,
ନୀଳାକାଶେ ନିଶାକର ଖୁସି ତା’ରେ ଦେଖି ।
ଅନାବିଳ ଆକର୍ଷଣେ ଦେହାତୀତ ପ୍ରେମ,
ଶିଖ ଆଉ ନପଡି ସେ ବସ୍ତୁବାଦୀ ପ୍ରେମେ ।




ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ
ମୋ:୯୦୪୦୩୨୦୧୮୬