ବହି ଆସେ ଅସୁମାରି
ମନ ବେଦନାରେ କୋହ ଧୀରେ ଧୀରେ
ଝରାଏ ଅଶ୍ରୁର ବାରି !!
ଅମାନିଆ ଆଖି ମାନେ ନାହିଁ କିଛି
ଲୁହର ଅକୁହା ଭାଷା
ଝର ଝର ହୋଇ ଝରିଗଲା ପରେ
ତୃପ୍ତ ହୁଏ ମନ ତୃଷା !!
ଝରିଯାଏ ଯେବେ ଆପଣାର କେହି
ଚାଲି ଯାଏ ବହୁ ଦୂର
କିଅବା ନିଜର ଅକାରଣେ ସାଥୀ
ହୋଇ ଯାଏ ଯେବେ ପର !!
ବହିଯାଏ ଯେବେ ଅମାନିଆ ହୋଇ
ଶୁଣେନା କାହାରି କଥା
ଛାତି ତଳ କୋହ ଆନମନା ହୋଇ
ଭାଙ୍ଗିଦିଏ ନିରବତା !!
ଏକା ଏକା ଯେବେ ଲାଗେ ଏ ଦୁନିଆ
ଛଳ ଛଳ ହୁଏ ଆଖି
ନିଃସଙ୍ଗତ ବେଳେ କେହି ନୁହେଁ ତା'ର
ଲୁହ ଏକା ତା'ର ସାଥୀ !!
ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ, ଗଞ୍ଜାମ
