ବନ୍ଦେ ଉତ୍କଳ ମା, ବନ୍ଦେ ଉତ୍କଳ ମା ।।
ରାଇଜ ସାରା ବେକାରୀ ହେଲେଣି,
ଖଟନ୍ତି ଯାଇ ସୁରଟ ବଙ୍ଗରେ,
ଉପରକୁ ଚାହୁଁଛନ୍ତି କରି ସବୁ ଏଠି ଆଁ,
ବନ୍ଦେ ଉତ୍କଳ ମା, ବନ୍ଦେ ଉତ୍କଳ ମା ।।

ଖଣି ଅଛି ହେଲେ ଆଳୁ ନାହିଁ,
ପାଣି ଅଛି ହେଲେ ତାଳୁ ନାହିଁ,
ପାଣି ପାଗ ବଦଳିଛି ଖାଲି ନାଁ,
ବନ୍ଦେ ଉତ୍କଳ ନା, ବନ୍ଦେ ଉତ୍କଳ ମା ।।



ଓଡ଼ିଆ ଓଡ଼ିଶୀ କୁ ଭୁଲି,
ନାଚୁଛନ୍ତି ଅଧା ଡ୍ରେସ କୁ ଖୋଲି,
ମଡର୍ଣ୍ଣ ସଭ୍ୟତା ର ଛୁଆଁ
ବନ୍ଦେ ଉତ୍କଳ ମା, ବନ୍ଦେ ଉତ୍କଳ ମା ।।

ପାଲା ଗୀତିନାଚ ହଜିତ ଗଲେଣି,
ଅଣ୍ଡବିଶ୍ୱାସ ର ସିରିଏଲ ପଶି ଗଲେଣି,
ସହରୀ ସହରୀ ବାସିଲାଣି ଗାଁ ,
ବନ୍ଦେ ଉତ୍କଳ ମା ,ବନ୍ଦେ ଉତ୍କଳ ମା ।।



ପାଠ କଥା ଛାଡ ଭାଷା ପାଇଁ ଲଢେଇ,
ଇଂରାଜୀରେ ସବୁ ପୁରା ବଢ଼େଇ,
ମମି , ଡାଡି ଡାକନ୍ତି ଏବେ ଛୁଆ,
ବନ୍ଦେ ଉତ୍କଳ ମା, ବନ୍ଦେ ଉତ୍କଳ ମା ।।

ନାହିଁ କୁଆଁର ପୁନେଇ ଜହ୍ନ ଲୋ,
ଶୁଭୁଛି ରାନୁ ଲୋ ରାନୁ ଲୋ,
ବିଚ ସହରେ ହଉସିଜି କନ୍ୟା ହତ୍ୟା,
ବନ୍ଦେ ଉତ୍କଳ ମା,ବନ୍ଦେ ଉତ୍କଳ ମା ।।



କାନ୍ଧରେ କାନ୍ଧ ଆଉ ନାହିଁ,
ସବ ବୁହା ହୁଏ ଆମ୍ବୁଲାନ୍ସ ଆସେନାହିଁ ,
ପ୍ପ୍ରଚାର ପ୍ରସାର ଏକା ସାହା ,
ବନ୍ଦେ ଉତ୍କଳ ମା, ବନ୍ଦେ ଉତ୍କଳ ମା ।।

ଚାନ୍ଦ ଚମ୍ପୁ ଜଣାଣ ହେଲାଣି କଣା,
ନଗିନ ଡାନ୍ସ ରେ ସବୁଏଠି ବଣା,
ମଦ ଆଉ ମାତାଲ ର ସବୁ ବାୟା,
ବନ୍ଦେ ଉତ୍କଳ ମା , ବନ୍ଦେ ଉତ୍କଳ ମା ।।