ତୋ ପାଇଁ ମନରେ କେତେ ହରଷ ।
ଆସିବୁ ବୋଲି,
ସାରା ଦୁନିଆଁରେ ପଡ଼ିଛି ହୁରି ।
କିଏ କେମନ୍ତ,
ସ୍ବାଗତଂ କରନ୍ତି ସଭିଏଁ ତୋତେ ।
କେତେ ନା କେତେ,
ଅଭିନନ୍ଦନର ପତର ଛୁଟେ ।
ଦିଅଁଠି ଯାଇ,
ମନାସନ୍ତି ଶୁଭ ବରଷେ ପାଇଁ ।
ଆ...ତୁ..ଆ....
ସୁଖ, ଶାନ୍ତି, ମୈତ୍ରୀ ନେଇ ତୁ ଆ ।
ତୋ'ରି କୋଳେ,
ଭୂ-ବାସୀ ରହନ୍ତୁ ସର୍ବ ମଙ୍ଗଳେ ।
ଶୁଭକାନ୍ତ ସାହୁ
 ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ
 ମୋ: ୯୦୪୦୩୨୦୧୮୬
