କଥାରେ ଅଛି କଷଣ ପିତା
କଥାରେ ଅଛି ମହୁ
କଥା କଷଣ ମନକୁ ବାଧେ
ଆଖିରୁ ଝରେ ଲହୁ ।

କଥାର ବଳେ ମିତ୍ର ଭିଆଣ
କଥା ଅରଜେ ଅରି
କଥା ଖସିଲେ ମୁଖରୁ ଥରେ
ଆସେନା କେବେ ଫେରି ।



କଥା ଥରୁଟେ ମୁଖୁ ଖସିଲେ
ହାରିବୁ ଯଶ ମାନ
ନିଜ ଲୋକବି ଦୁରେଇ ଯିବେ
ଘୃଣା କରିବେ ଜନ ।

କହି ଜାଣିଲେ କଥା ସୁନ୍ଦର
କହି ମଧୁର କଥା
ବିଧୁର ମନେ ମଲମ ସମ
ହରିବୁ ଅନ୍ୟର ବ୍ୟଥା ।



କଥାରେ ଅଛି ସରଗ ସୁଖ
କଥାରେ ଅଛି ସବୁ
କଥା ଛଳରେ ହିଂସ୍ର ପଶୁକୁ
କରି ପାରିବୁ କାବୁ ।

ଯାହା କଣ୍ଠ ରୁ ମଧୁର ବାଣୀ
ଉତ୍ତମ ବ୍ୟବହାର
ସେହି ଜନଟି ଜନ୍ମାଇ ପାରେ
ଶତ୍ରୁ ମନରେ ଘର ।



ତେଣୁ ସର୍ବଦା ମନେ ରଖି ବୁ
କହ ମଧୁର ବାଣୀ
ଈ ହ ଜଗତୁ ଗଲା ପରେବି
ଜନତା ହେବେ ଗୁଣି ।




ସାଗର ପ୍ରଧାନ, ଗଂଜାମ