ଫଗୁଣଟା ଦେଲା ରଙ୍ଗର ପସରା
ଚଇତେ ଚଇତି ଯାତ
ବୈଶାଖେ ଚାଲିଛି ଝାମୁ, ଦଣ୍ଡଯାତ
ଆଜି ତାର ଉଦ୍ ଯାପିତ....

ନବ ବରଷର ଆଗମନୀ ଜାଣି
ପ୍ରକୃତି କରେ ସ୍ବାଗତ
ଶୁଭ ଲଗନର ବିଷୁବ ବେଳାଟା
ହେଲା ଆଜି ଉପନୀତ.....



ସବୁଠୁ ନିଆରା ଆମ ପରମ୍ପରା
ବିଜ୍ଞାନର ସହମତ
ସଭ୍ୟତା, ସଂସ୍କୃତି କର୍ତ୍ତବ୍ୟ, ଦାୟିତ୍ବ
ଶିଖାଏ ସେ' ଅବିରତ.....

ଉତ୍କଳୀଙ୍କ ପାଇଁ ଗୌରବ ଏ ଦିନ
କାଳେକାଳେ ଥିବ ଯଶ
ବିଶ୍ବରେ ବି ସ୍ଥାନ ଓଡ଼ିଆର ମାନ
ବିଶ୍ବହିନ୍ଦୁ ନବବର୍ଷ.....



କେତେ ଶୁଭ ଦେଖ ଆଜିର ଏ ଦିନ
ହନୁମନ୍ତ ଜନ୍ମଦିନ
ପଣାର ଆସରେ ପଣାସଙ୍କରାନ୍ତି
ମୋହୁଥାଏ ସର୍ବମନ.....

ବିଷୁବର ଏଇ ଶୁଭ ଲଗନରେ
ଶପଥ କରିବା ଆସ
ବୈଶାଖର ଦିନ ଦେବା ଟିକେ ମନ
ଜଳଦାନେ ହେବା ତୋଷ






ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ