ମହାବିଷୁବ ଦିନରେ,
ଓଡିଆ ବରଷ ଉତ୍କଳ ଭୂବନେ
ଆରମ୍ଭେ ଶୁଭ ଆସରେ ॥
ମଂଗଳ ଆଳତୀ ବୃନ୍ଦାବତୀ ଠାରୁ
ସର୍ଜନା ହୁଏ ବିଧିରେ,
କଦଳୀ ପଟୁକା ଶିକା ଗବ ବାଡି
କୁମ୍ଭ ବୃନ୍ଦାବତୀ ପରେ ॥
ଠେକି ବସା ସଂକରାନ୍ତି ନାମେ ଏହା
ଓଡିଶା ପଲ୍ଲୀରେ ଖ୍ୟାତ,
ଏକ ମାସ ଧରି କୁମ୍ଭେ ଜଳ ଢାଳି
ଠେକି ଉଠାରେ ସମାପ୍ତ ॥
ବାରଟି ରାଶିରେ ବାରଟି ସଂକ୍ରାଂନ୍ତି
ମକରୁ ଦିନ ବଢଇ,
ମେଷ ସଂକରାନ୍ତି ବିଷୁବ ନାମରେ
ଦିବାରାତ୍ରି ସମ ହୋଇ ॥
ଅଂଶୁ ଅବସ୍ଥାନ ବିଷୁବ ରେଖାରେ
ରଶ୍ମି ପ୍ରଚଣ୍ତ ହୁଅଇ,
ବଇଶାଖି ବାଆ ଆଦ୍ରତାକୁ ନାଶେ
ପ୍ରାଣୀ ତୁଷାର୍ତ୍ତ ହୁଅଇ ॥
ଏହି ଦିବସରେ ଛତୁଆ ପଣାରେ
ଅଶୁଂକୁ କରିଣ ଶାନ୍ତ,
ତୁଷାର୍ତ୍ତକୁ ଜଳ ଦେଇ ସରାଗରେ
ପାପର ହୁଏ ସମାପ୍ତ ॥
ବାରଟି ୠତୁର ଚଳନ ଆରମ୍ଭ
ଆଜି ଏ ଶୁଭ ଦିନରେ,
ଓଡିଆଂକ ନବ ବରଷ ଆରମ୍ଭ
ଆଜି ଜଗନ୍ନାଥ ପୁରେ ॥
ପାଳନ କରିବା ନବ ବରଷକୁ
ଛତୁଆ ପଣାକୁ ପିଇ,
ସ୍ୱାଗତ କରିବା ଓଡିଆ ପ୍ରଗତୀ
ଜଗନ୍ନଥ ପାଦେ ଧ୍ୟାୟୀ ॥
ଗୈାରାଙ୍ଗ ଚରଣ ବେଉରା, ଶିକ୍ଷକ
କୁଲିଆମାଲ ଉଚ୍ଚ ବିଦ୍ୟାଳୟ, କୁଲିଆମାଲ
0 Comments
You can write now your valuable comments here. Off-topic comments may be removed or deleted without prior notice.