ମଉନେ କେବେ ନ ରୁହ
କବିର କବିତା ଗୀତିନାଟ୍ୟ ଗାଥା
ସବୁ ତୁମେ ଲେଖିଦିଅ ।।୧।।
ତୁମେ ପରା ସାଥୀ ଯୁଗ ଯୁଗରୁ ଯେ
ମଣିଷର ଅନ୍ତରଙ୍ଗ
ଅହରହ ତୁମେ ନିର୍ଯ୍ୟାସେ ଆଙ୍କୁଛ
ପ୍ରଣୟର ସପ୍ତରଙ୍ଗ ।।୨।।
ଏନ୍ତୁଡ଼ିଶାଳର କାହାଣୀ ହେଉବା
ଶୋଭାଯାତ୍ରା ମରଣର
ସବୁଠି ସଜାଅ କବି ଭାବନାକୁ
ନ ହୋଇ ତିଳେ ଗମ୍ଭୀର ।।୩।।
କେତୋଟି ପଇସା ମୂଲ୍ୟ ହେଉପଛେ
ନୁହଁ ଯେ ତୁମେ ଦୁର୍ବଳ
ବ୍ୟକ୍ତିର ବ୍ୟକ୍ତିତ୍ୱ ପ୍ରତିଭା ବିକାଶେ
ତୁମେ ଅନ୍ତରର ବଳ ।।୪।।
ମୋର ମନଲେଖା ତୁମରି ପାଇଁକି
ଆଙ୍କୁଛି ମୁଁ ରାତିଦିନ
ଅତି ଆପଣାର ବନ୍ଧୁ ତୁମେ ମୋର
କରନି ମୋଠାରେ ମାନ ।।୫।।
ତୁମରି ତୀକ୍ଷ୍ଣ ମୁନରେ ଲେଖିଛି
ଭାବନାକୁ କେତେ ମୋର
ଜାଗ୍ରତ କରାଇ ସତ୍ୟ,ଧର୍ମ, ପଥେ
କରିଦିଅ ଆପଣାର ।।୬।।
କାଳର ଅନ୍ତିମ କରାଳ ଗତିରେ
ଜୀବନ ମୋ ଚାଲିଯିବ
ଶେଷ ସୂର୍ଯ୍ୟୋଦୟ ଆସିବା ପର୍ଯ୍ୟନ୍ତ
ସାଥୀ ମୋର ନ ଛାଡ଼ିବ ।।୭।।
ଅମୃତବେଳାର ଅମୃତଲଗ୍ନରେ
ତୁମେ ସାଥୀ ପରା ମୋର
ଜାଗ୍ରତ କରାଇ ଚିରନ୍ତନ ପଥେ
ଆଙ୍କିଦିଅ ବାରମ୍ବାର ।।୮।।
ହୃଦୟରୁ କୋଟି ପ୍ରଣାମ କରୁଛି
ହେ... ବନ୍ଧୁ ଲିଖନୀ ମୋର
ତୁମ ସାଥେ ବନ୍ଧୁ ବାନ୍ଧି ହୋଇଯାଉ
ସଂପର୍କ ସାତ ଜନ୍ମର ।।୯।।
ସୁନିଲ୍ କୁମାର୍ ବେହେରା, ଶିକ୍ଷକ
ନୂଆଗାଁ, ପଥରବନ୍ଧ, ଟାଙ୍ଗୀ, ଖୋର୍ଦ୍ଧା
ମୋ- ୮୦୧୮୯୯୭୬୯୬
