ଅଳପ ପଡିଥିଲା ଖରା
ସୁନ୍ଦର ଦିଶୁଥିଲା ଧରା
ମଧୁର ସଖାଳ ପବନ
କିଣି ନେଉଥିଲା ମନ
କୋମଳ ସବୁଜ ଘାସ
ଧରଣୀ ଦେହେ ବାସ
ଝିନ୍ତିକା ଟିଏ ଡେଇଁ ଡେଇଁ
ଘାସେ ନାଚିଲା ଥେଇ ଥେଇ
ଗାଇଲା ଗୀତ କେତେ ରଙ୍ଗେ
ଖୋଜିଲା ସାଥି ନିଜ ସଙ୍ଗେ
ପିମ୍ପୁଡି ଟିଏ ଦେଖି ବାଟେ
ଭାବିଲା ନାଚିବ ତା ସାଥେ
ଡାକିଲା"ହେ ପିମ୍ପୁଡି ଭାଇ"
କିବା ବିକଳେ ଅଛ ଧାଇଁ

ଆସ ଏଇନେ ବସ ପାଶେ
ଖୁସି ଭରିଦେବି ତୁମ ମନେ
ଏତିକି ରଖ ହେ ବିଶ୍ୱାସ
ଦେଖୁଛ ମାଡି ଆସେ ଖରା
ଶୁଖିଯିବ ଏହି ଶୁଷ୍କ ଧରା
କ୍ଷଣକେ ପୋଡିଯିବ ପାଦ
କାହିଁକି ପାଇବା ବିଷାଦ
ଆସ ଡେଇଁ ଗାଇବା ଗୀତ
ଶୁଣି ତୋଷିବ ତୁମ ଚିତ୍ତ
ହସ ଖେଳ ର ଏ ସଂସାର
କରୁଛ କିମ୍ପାଇଁ ଅସାର
ମୋ ଠାରୁ ଶିଖ ହସ ଖେଳ
ଘଡିକେ ବୁଡି ଯିବ ବେଳ
ବୃଥା ରେ ପରିଶ୍ରମ କରି
ସୁନା ଦିହ ଟା ନ ଦିଅ ସାରି
ଆସ ଡାକିବା ମେଘ ନାନୀ କୁ
ଥଣ୍ଡା ପବନ ସାଥେ ଆସିବାକୁ
ଚାଲିଯିବା ଆମେ ତା କୋଳକୁ
ପୁଣି ନାଚିବା ବର୍ଷା ସାଥେ
ମୁୟର ଅପା କୁ ଦେଖ ଟିକିଏ



ବର୍ଷା ପାଇଁ କେଡେ ବିକଳ ସିଏ
ପିମ୍ପୁଡି ସବୁ ଶୁଣି ସାରି
କହିଲା ମନେ ମନେ ଭାବି
"ଝିନ୍ତିକା ତୁମେ କହିଲ ଯାହା
ଶୁଣିଲି ମନ ଦେଇ ତାହା
ଡାକୁଛ ଖେଳିବାକୁ ସଙ୍ଗେ
ନାଟେ ମାତିଛ ନାନା ରଙ୍ଗେ
ମୁହିଁ ଏକ ଦରିଦ୍ର ଛାର ପ୍ରାଣୀ
ଶ୍ରମ କୁ ବଡ ଅଛି ଜାଣି
ଶ୍ରମ ରଖିଛି ଏହି ଜୀବନ
ଶ୍ରମେ ଅର୍ଜଇ ମୋର ଧନ
ଖରାଦିନ ରେ କରି ପରିଶ୍ରମ
ସଞ୍ଚଇ ଖାଦ୍ୟ ମୋ ସଦନ

ବରଷା ଦିନେ ସାରା ଧରା
ହୁଅଇ କ୍ଷଣେ ଜଳ ଭରା
ଜଳେ ନ ଦିଶେ ବାଟ ଘାଟ
ପୂରଇ ଜଳେ ଗାଁ ବିଲ ପାଟ
ଯାହା ମୁଁ ସଞ୍ଚି ଥାଏ ଘରେ
ସେଠି ରେ ବର୍ଷା ଦିନ ଟି ଚଳେ
ଖେଳିଲେ ଖରା ଦିନେ ଖେଳ
କି ହେବ ମୋର ବର୍ଷା କାଳ
କାର୍ଯ୍ୟ ନ କରି ଖାଲି ଖେଳି
ଜୀବନ ନ ଦେବୀ ମୁଁ ସାରି
ବଳ ବୟସ ଥାଉ ଥାଉ
ମୋହର ଦିନ ପରିଶ୍ରମେ ଯାଉ
ସେ ପରିଶ୍ରମେ ଅର୍ଜି ଧନ
କରେ ମୋ ଭୋକ ର ଅବସାନ
ଏ ମୋର କାମ କଲା ବେଳ
କରୁଥାଅ ତେମେ ତମ ନାଟ
ଯାଏଁ ମୁଁ ଛାଡିଦିଅ ମୋ ବାଟ।






ପ୍ରକାଶ ସାହୁ
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ