ଭିଷଣ ଖରା ଅସହ୍ୟ ତାତି
ପାଣି ର ହେଲା ନାଶ
ଧରଣୀ ଆଜି ଡାକୁଛି ବସି
ମେଘ ନାନୀ ତୁମେ ଆସ
ଡାକ ଶୁଣିକି ଆସିଲା ନାନୀ
ଥଣ୍ଡା ପବନ ସାଥେ
ଅନେକ ଦିନ କରି ଅପେକ୍ଷା
ମୟୁର ଅପା ନାଚେ
ଆକାଶ କୋଳୁ ବର୍ଷା ର ବୁନ୍ଦା
ପଡିଲା ଧୀରେ ଖସି
ଘାସ ଫୁଲ ରେ ଥିରିକିନା
ଖୁସି ରେ ଗଲା ବସି

ଥଣ୍ଡା ପବନ ଯାନ ରେ ବସି
ବହିଲା ଶିରିଶିରି
ଘାସ ଫୁଲ ଟି ହସିଲା ଯହିଁ
ହସ ତାର କିରିକରି
ଚହଟି ଗଲା ଘାସ ଫୁଲଟି
ବାଆ ଦୋଳି ରେ ଝୁଲି
ବର୍ଷା ର ବୁନ୍ଦା ଥରି ଉଠିଲା
ତହିଁ ରେ ଢଳି ଢଳି
ଖଣ୍ଡେ ଦୂର ରୁ ଝିଙ୍କାରୀ ଟିଏ
ଦେଖିଲା ବୁନ୍ଦା ଲୁଚି
ଭାବିଲା ମୁଇଁ ଏଇଲେ ଯାଇ
ପିଇବି ତାକୁ ସଂଚି



ତେଣେ ଧୁଳିଆ ଜନ୍ଦା ବିଚରା
ଦେଖି ଭାବିଲା ତାକୁ
ଏଇନେ ଯାଇ ତିଣ୍ଟିବ ବୋଲି
ଦେଖାଇ ତାର ବୁକୁ
ସାଙ୍ଗ ହୋଇକି ନାଚିଲେ ଦୁହେଁ
ମେଘ ନାନୀ ର ସାଥେ
ତାଙ୍କ ଖୁସି କୁ ଦେଖି ଧରଣୀ
ମେଘ ନାନୀ କୁ କୁହେ
ଦେଖେ ନାନୀ ଖରା ଦିନ ରେ ବର୍ଷା
ସଭିଙ୍କ ମନେ ଖୁସି ଆସେ




ପ୍ରକାଶ ସାହୁ
ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ