ହସ୍ତରେ ମୋହର ମଧୁପୁଷ୍ପମୟ ଅର୍ପିବି ତୁମ ପୟର,
ସ୍ବାଗତଂ ସ୍ବାଗତଂ କି ଭାଷେ କହିବ ହୃଦୟ ତୁମକୁ ମୋର ।
ଅଫୁରନ୍ତ ଖୁସି ଅପାର ଆନନ୍ଦ ଅସୀମ ଏ ଉଦ୍ଦୀପନା,
ଅନେକ ଆକାଂକ୍ଷା ଆଶାର ସାଗର ଅସରନ୍ତି ର କାମନା ।
ଜୀବନରେ ନବୋଦୟ ନାହିଁ ଖାଲି ଉଦୟିଛ ନୂଆଁ ଜୀବନୀ,
ଆଶ୍ବାସନା ଭରା ହେ ନବ ଶତାବ୍ଦୀ ଆସ ସ୍ନେହ ପ୍ରେମ ଘେନି ।
ବିରାଜ ବସୁଧେ ଭ୍ରାତୃଭାବ ବହି ବିଶ୍ବେ ଦିଅ ଶାନ୍ତି ବୁଣି,
ହୀରୋସୀମା,ନାଗାସାକି, କାରଗିଲ୍ ପ୍ରମୁଖର ବ୍ୟଥା ପୁଣି ।
ନହେଉ ଅଞ୍ଜନା ଅର୍ଚ୍ଚନା ଧର୍ଷଣ ନହେଉ ପାଦ୍ରୀ ପୋଡି,
ଭାରତ-ପାକ୍ କାରଗିଲ୍ ନଯାଇ ପୁଣି ହୋଇଯାଉ ଯୋଡ଼ି ।




ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ।
ମୋ:୯୦୪୦୩୨୦୧୮୬