କେତେବେଳେ ଛାଇ ତ କେତେବେଳେ ଖରା
କେତେବେଳେ ବରଷା ଅସରା
କେବେ ପୁଣି ଶୀତ ର ମିଠା ଛୁଆଁ
ଭାରି ଭଲଲାଗେ
ତୁମ ପରି ମତେ ତୁମ ଗାଁ
ମୁଁ ଯେବେ ଆସେ ସେ ବାନ୍ଧିଦିଏ
ତl ସେନ୍ହ ର ଡୋର ରେ ।
ପୋଡ଼ ପିଠା ର ମହକରେ
ମୋ ସହରୀମନକୁ ତୁମେ ବାନ୍ଧିଦେଲ ତୁମ ରଜଦୋଳି ଗୀତରେ
କେଜାଣି କେମିତି ମୁଁ ନିଜକୁ ଭୁଲିଗଲି ତୁମ ପ୍ରୀତି ପାଇଁ
ମୁଁ ଯେବେ ଝରକା ଖୋଲେ
ତୁମ ଗାଁର ଦଲକାଏ ପବନ
ବାଜେ ମୋ ମୁହଁରେ
କେତେବେଳେ ଛାଇ ତ କେତେବେଳେ ଖରା
କେତେବେଳେ ବର୍ଷା ଅସରା ଅସରା




ରୀତା ଅପରାଜିତା ମହାନ୍ତି
ଭୁବନେଶ୍ୱର-୨୧ ମୋ-୯୩୩୮୫୮୪୮୫୭