ରଖ ନିଜ ସ୍ଵାଭିମାନ - ଶୁଭକାନ୍ତ ସାହୁ

0
କନ୍ଧମାଳରେ ଦଙ୍ଗା-ପୋଡ଼ି
ଅଠର ଜିଲ୍ଲାରେ ବନ୍ୟା,
ଓଡିଶା ରାଇଜ ହତଶିରୀ ହୁଏ
ଭାଗ୍ୟର କି ବିଡ଼ମ୍ଵନା!
ଏପାଖେ ଗୁଳିର ଢୋ ଢୋ ଶବ୍ଦ
ଛାତ ଚାଳେ ନାଚେ ନିଆଁ,
ସେପାଖେ ଜଳର ଘୋ ଘୋ ନିନାଦ
ବନ୍ୟା ମାଡ଼େ ବିଲ ଗାଁ।
ବିବସନା କରେ ଆତଙ୍କ ଏଇଠି
ଉଦରୁ ଛଡ଼ାଇ ଆହାର,
ଦିନରତି କିଏ ଓପାସ ଅନିଦ୍ରା
ଲାଜବାସ ନାହିଁ କହାର।
ଆଜି ଆମଠାଇଁ ଲୋଡ଼ା ଖାଲି ଟିକେ
ବିଭୁ ଦତ୍ତ ମାନବିକତା,
ଧର୍ମ ଉର୍ଦ୍ଧ୍ବରେ ରାଜନୀତି ଦୂରେ
ସାହାଯ୍ୟର ମାନସିକତା।
ହୋଇତଯିବାନି ଦୀନହୀନ କେହି
କରିଦେଲେ କିଛି ଦାନ,
ସମବେଦନାର ଲୁହ ଟୋପେ ଢାଳି
ରଖ ନିଜ ସ୍ବାଭିମାନ।




ଶୁଭକାନ୍ତ ସାହୁ
ଗୋପବନ୍ଧୁ ହାଇସ୍କୁଲ, ପୋଲସରା, ଗଂଜାମ
ମୋ: ୯୦୪୦୩୨୦୧୮୬

Post a Comment

0Comments
Post a Comment (0)