
ପବିତ୍ର ପ୍ରେମର ଧାରା
ଗୋଟିଏ ବୃନ୍ତର ଦୁଇଟି କଳିକା
ସରଗର ଜହ୍ନ, ତାରା ।।
ଏମିତି ଗୋଟାଏ ନିର୍ମଳ ବନ୍ଧନ
ବାନ୍ଧି ଦେଇଅଛି ବିହି
ସଂସାରେ ଏପରି ଅଲିଭା ସଂପର୍କ
ଆଉକିଛି ନାହିଁ ନାହିଁ ।।
ଭାଇ ରଖିଥାଏ ଭଗିନୀ ମହତ
ଅଭୟ ଆଶ୍ରୟ ସିଏ
ଭଉଣୀ ଭାଇର ହାତରେ ପବିତ୍ର
ରାକ୍ଷୀ ବାନ୍ଧିଦେଇଥାଏ ।।
ଭାଇର ଆୟୁଷ ପାଇଁ କେତେ ଓଷା
ବ୍ରତ, ପୁଜା, ଆରାଧନା
ଭଉଣୀ ମନାସେ ଭାଇର ମଙ୍ଗଳ
ଏ ଏକ ଦିବ୍ୟ ଚେତନା ।।
ଏମିତି ଅତୁଟ ବଳିଷ୍ଠ ବନ୍ଧନ
ରକ୍ତ ରକ୍ତ ର ସଂପର୍କ
ଅଛିଣ୍ଡା ଏ ଭାବ ତୁଟେନାହିଁ କେବେ
ଜନ୍ମ ଜନ୍ମାନ୍ତର ଯାକ ।।
ଏପରି ସ୍ଵର୍ଗିୟ ଦିବ୍ୟ ସମ୍ବନ୍ଧ
ଗୋଟିଏ ମା'ର ଛୁଆ
ଜଣେ ପାଇଁ ଜଣେ ତା ଅନ୍ତର କୋଣେ
ସାଇତା ଟିକିଏ ମାୟା ।।
ମଙ୍ଗଳା ମା ର ତଅପୋଇ ଓଷା
ଭାଇ ଭଉଣୀ କାହାଣୀ
କରିଛି ଏମନ୍ତ କଥା ରୁଦ୍ଧିମନ୍ତ
କେତେ ବା ହେବି ବଖାଣି ।।
