ଶ୍ରୀହରି ନିଜ ସୁଦର୍ଶନ ଚକ୍ର ସହାୟତାରେ ଭକ୍ତମାନଙ୍କ ରକ୍ଷା କରିଥାନ୍ତି । ତେବେ ଆପଣ ଜାଣିଛନ୍ତି କି ଶ୍ରୀହରି ଏହି ସୁଦର୍ଶନ ଚକ୍ର କେଉଁଠୁ ପାଇଲେ ? ଭଗବାନ ବିଷ୍ଣୁ ଶିବଙ୍କ ଉପାସନା କରନ୍ତି ଏବଂ ଶିବ ଶ୍ରୀହରିଙ୍କ ଉପାସନା କରିଥାନ୍ତି । ଥରେ ଶ୍ରୀହରି ବ୍ରତ ରଖିଥିଲେ । ତଦନୁଯାୟୀ ସେ ପ୍ରତିଦିନ ଏକ ହଜାର ପଦ୍ମ ଫୁଲରେ ଭଗବାନ ଶିବଙ୍କ ପୂଜା କରିଥିଲେ । ତେଵେ ଶ୍ରୀହରିଙ୍କ ଏହି ପୂଜାକୁ ଅସମ୍ପୂର୍ଣ୍ଣ କରି ରଖିବା ପାଇଁ ଇନ୍ଦ୍ର ଗୋଟିଏ ପଦ୍ମଫୁଲ ଚୋରାଇ ନେଲେ । ମାତ୍ର ଶ୍ରୀହରି ବ୍ରତ ସମ୍ପୂର୍ଣ୍ଣ କରିବା ଲାଗି ନିଜ ପଦ୍ମଫୁଲ ଭଳି ଚକ୍ଷୁ ମହାଦେବଙ୍କ ପୂଜାରେ ଅର୍ପଣ କରିଥିଲେ । ଶ୍ରୀହରିଙ୍କ ପୂଜାରେ ସନ୍ତୁଷ୍ଟ ହୋଇ ମହାଦେବ ଦିବ୍ଯ ସ୍ବରୂପ ଧାରଣ କରି ପ୍ରକଟ ହେଲେ ଏବଂ ସୁଦର୍ଶନ ଚକ୍ର ପ୍ରଦାନ କରିଥିଲେ । ଏଥିସହିତ ଶ୍ରୀହରିଙ୍କୁ ତାଙ୍କ ଚକ୍ଷୁ ଫେରାଇ ଦେଇଥିଲେ । ଏହି କଥା ହରି ଓ ହରଙ୍କ ମଧ୍ଯରେ ଥିବା ପ୍ରଗାଢ ସମ୍ପର୍କକୁ ସୂଚାଇ ଦେଇଥାଏ । ପୁରାଣରେ ଏମିତି ଅନେକ ଉଦାହରଣ ରହିଛି, ଯେଉଁଥିରେ ଅନେକ ଉଦାହରଣ ରହିଛି, ଯେଉଁଥିରେ ମହାଦେବ ନିଜେ ହରିଙ୍କ ପୂଜା ଏବଂ ଦର୍ଶନ କରିଛନ୍ତି । ବସ୍ତୁତଃ ହର ଏବଂ ହରି ହେଉଛନ୍ତି ଏକ ପରମତତ୍ତ୍ବର ଦୁଇଟି ସ୍ବରୂପ । ଏହି କାରଣରୁ ଭଗବାନ ଶ୍ରୀକୃଷ୍ଣ ଚନ୍ଦନ କାଠ ଏବଂ ରତ୍ନ ଜଡ଼ିତ ସୋମନାଥ ମନ୍ଦିର ନିର୍ମାଣ କରିଥିଲେ । ସେଠାରେ ଶ୍ରୀକୃଷ୍ଣ ନିଜ ଦିବ୍ଯ ଅବତାର ଲୀଳାର ସମ୍ବରଣ କରିଥିଲେ ।

ସଂଗ୍ରହକାରୀ-ନରେନ୍ଦ୍ର ପ୍ରସାଦ ବେହେରା
ଆଳଦା, ଖଇରା, ବାଲେଶ୍ବର, ମୋ-୯୮୫୩୧୪୨୫୧୦