କଳିଙ୍ଗ ଗୌରବ ପ୍ରକୃତି ବୈଭବ
ଧନ୍ୟା ଆହ୍ଲାଦୀ ଚିଲିକା,
ତୁମେ ଇତିବୃତ୍ତ ଆହ୍ନିକ ଆସ୍ବାଦ
ଉଡ୍ରପୁତ୍ର ଜୀବନଦା ।

ଉତ୍କଳ କଳିତା ମରାଳ ଭୂଷିତା
ପିନ୍ଧା ନୀଳିମ ଇଷିକା
ସାଗର ତନୁଜା ଉର୍ମି କଲ୍ଲୋଳିତା
ଦ୍ବୀପ ଦେହୀ ରତ୍ନଗର୍ଭା ।



ଆଜୀବ୍ୟ ସମ୍ଭବା ନିଃସ୍ବ ର ବାହାବା
ସୌଭାଗ୍ୟର ଗୋସାମଣୀ ,
ଭାବୁକ ଦର୍ପକ ପଥିକ ସଉକ
ତୁମ ଝିଲିମିଲି ଠାଣୀ ।

ଘନ ନୀଳ ଜଳ ଲୋଳିତ ମରାଳ
ଭେଳିଭେଳି ମୀନ ଖେଳ ,
ଟିଟ୍ଟିଭ ଛଟକ ବଗୁଲୀ କଟାକ୍ଷ
ଅଭୁଲା ଫୁଲରି କୂଳ ।



ଓଡିଶା ଶୋଭାଙ୍ଗୀ ଚାରୁ ନୀଳକାନ୍ତି
ତୁମେ ରଞ୍ଜିତା ରଚିକା ,
ସର୍ବ କୁଶଳିନୀ ଅଭୟ ଦାୟିନୀ
ନମେ ଉର୍ବରା ଚିଲିକା ।




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋରଧା