ପଳାସ ଫୁଲିଆ ରଂଗ ଓଢଣୀରେ
ମହୁଲ ଫୁଲିଆ ବାସେ,
ଗୋଧୂଳୀ ପୀରତି ସଜାଇ ବସିଛି
ମୁରୁକି ମୁରୁକି ହସେ ॥

ଗଜରା ସଜାଇ ଦୂର ଦିଗ୍ ବଳୟେ
ନିରେଖି କେତେ ଦେଖୁଛି,
ଅସ୍ତବ୍ୟସ୍ତ ତନୁ ବସନ ଫିଂଗିଣ
ପ୍ରେମ ପଥକୁ ଚାହିଁଛି ॥



ନୟନେ ଖେଳୁଛି ପୀରତି ଚପଳା
ମୁଖମଣ୍ତଳେ ସପନ,
ହିଆକୁ ଥରାଏ ପ୍ରୀତି ଭୂମିକମ୍ପ
ରୂପ ସାଜେ ଅନୁପମ ॥

କେଉଁ ବିନ୍ଧାଣୀର ସୂକ୍ଷ୍ମ ବିନ୍ଧାଣୀରେ
ଚାରୁ ଚିତ୍ରପଟ ବହି,
ବୁହାଇ ଦେଇଛି ଯୈାବନ ମଦିରା
ଅପଲକ ନେତ୍ରେ ଚାହିଁ ॥



ମନ ସୂନା ଗୋରୀ ପ୍ରେମର ଭଉଁରୀ
ପ୍ରେମ କବରୀ ମେଲିଛି,
ପରଶ ତୃଷ୍ଭାର କାମ ବଳୟରେ
ମୃଗତୃଷ୍ଣା ସାଜିଅଛି ॥

କାମାନଳ ଢେଉ ଉଜ୍ଜିବିତ ହୁଏ
ସଂଜୁଆ ଉପ ଅନ୍ଧାରେ,
ମନ ମାରିବସେ କୁଆଁରୀ ଲଳିତା
ପ୍ରେମ ଜଳଛାୟା ତୀରେ ॥






ଗୈାରାଙ୍ଗ ଚରଣ ବେଉରା, ଶିକ୍ଷକ,
କୁଲିଆମାଲ ଉଚ୍ଚ ଵିଦ୍ୟାଳୟ, କୁଲିଆମାଲ