ତୁମେ ମୋତେ ଭଲ ପାଅ
ସେ କଥା ଜାଣେନା
ମୁଁ କିନ୍ତୁ ଭଲପାଏ ତୁମକୁ
ମୋ' ଭାବ ଦୁନିଆଁରେ...
ହଁ ରାଣ ସଖୀ !
ଖାଲି ଖାଲି ଲାଗେ ତୁମ ବିନା... ॥୦॥

ମନ ତୁମ ଖୋଜୁଛି
ନିଇତି ମୋତେ ଗୋ
ଏଇ କଥା ମୋତେ
ମୋ' ମନ କହେ
ଗୁମସୁମ ଥାଇ ଚୋରା ଚାହାଣୀରେ,
ସ୍ତବ୍ଧ ଥାଇ ତୋଳି ଦିଅ
ପ୍ରେମର ତରଙ୍ଗ
ଖାଲି ଆଖିରେ ଆଖିରେ... ॥୧॥

ଭାଙ୍ଗିଯାଏ ସବୁ ମନ ଅଭିସନ୍ଧି
ଅନ୍ତର ଗଢେ ସ୍ଵପ୍ନର ମହଲ,
କେଉଁ ଅଜଣା ମୁହୂର୍ତ୍ତରେ,
ସେଇ ନୀଳ ଜହ୍ନଟା ଆକାଶେ ଉଇଁ ଉଠେ...
ଢାଲିଦିଏ ଜ୍ୟୋସ୍ନା,
ଭରିଦିଏ ନୀଳିମା,
ମନ ମୋ ହଜିଯାଏ ସତରେ...
ସେଇ ନୀଳ ଆକାଶର ନୀଳ ନୀଳିମାରେ... ॥୨॥




ଡକ୍ଟର ସତ୍ୟ ପଟ୍ଟନାୟକ
ଜି ଉଦୟଗିରି, କନ୍ଧମାଳ