ଅଣସର ଯିବା ଆଗରୁ
ନାଟ ଲଗାଇଚୁ
ଗରା ଗରା ପାଣିରେ
ତୁ ସିନାନ  କରୁଚୁ।

ଅବୁଝା ହେଉଚୁ
ମନ ତ ମାନୁନି
ସରଗରାଇଜୁ
ନପଡିଲେ ପାଣି
ହଟଚମଟ ତର
  ଜମା କମୁନି ।

ନାଟୁଆ ସାଆନ୍ତ ମୋ
ଜମା ବୁଝୁନି ।।୨।।

ଭକତ ସିନାନକୁ
ତ ସିନାନ
ସରଗ ଦେବତା
ଚାହିଁ ବସିଛନ୍ତି
କିସୁନ୍ଦର ଏହି
ଅପରୂପ ମିଳନ
ଆହା କିସୁନ୍ଦର
ଅପରୂପ ମିଳନ

କି ଥାଟ କି ଠାଣି
ସ୍ନାନ ମଣ୍ଡପରେ
ବିଜେ ହୋଇଅଛୁ
ଆନନ୍ଦ ମନରେ
ସିନାନ କରୁଚୁ
ଅଳପ ଅଳପ ହସି ଦେଉଛୁ
ଭକତଙ୍କ ମନ ଜାଣି।

ଅପଲକ ନେତ୍ରେ
ଅନାଇ ରହିଛୁ
ଭକତ ପାଇଁ
ଗଣପତି ବନିଛୁ
ସ୍ନାନମଣ୍ଡପେ ଉଭାହୋଇ।

ଭକ୍ତର ଭକ୍ତିକୁ
   ଆଦର କରି
ଯୁଗେ ଯୁଗେ ହେଲୁ
ତୁ ଭାବଗ୍ରାହୀ ।

ମନ ମୋ ଡାକୁଛି
ଆତ୍ମା ମୋ କାନ୍ଦୁଛି
କେବେ ତୋର
   ସେ ଡୋରି ଲାଗିବ
ଛାଡିବି ସଂସାର
କରି ଆପଣାର
ଭାବ ଜଳ
ମତେ ଭସାଇ ନେବ।
       ❤
ଜମ୍ବେଶ୍ବରପୁର, ବାଲେଶ୍ବର
ଦୁରଭାଷ-୯୩୩୭୬୮୧୫୨୪