ଭାଙ୍ଗି ଯାଇଥିଲା ହୃଦୟ ଟା ପ୍ରିୟା
ଘୋଟି ଥିଲା ଅମା ରାତି
ତୁମେ ହିଁ ଆଣିଲ ଉଷାର ଆଲୁଅ
ଜୀବନରେ ମୋର ସାଥୀ !!

ଝରି ପଡୁଥିଲା ନୟନୁ ଲୋତକ
ଅବିରତେ ବର୍ଷ ମାସ
ଭରିଦେଲ ମନେ ଅକୁହା ଆବେଗ
ପିଇଲି ବିରହ ବିଷ !!



ଖାଲି ଖାଲି ଥିଲା ବସନ୍ତ ମଳୟ
ସକାଳ ଶିଶିର ମୋତି
ଦେଇଗଲ ତମେ ଖୁସି ଅସୀମିତ
ତୁମକୁ ଖୋଜୁଛି ସାଥୀ !!




ପବିତ୍ର କୁମାର ନାୟକ,
କେଲୁଆପଲ୍ଲୀ,ଗଞ୍ଜାମ