କେମିତି କହିବି ବଞ୍ଚିଛି ମୁଁ ଏକାଏକା
ସନ୍ଧି ତ କେଉଁ ଯୁଗରୁ କରିସାରିଛି.....
ହେଲେ ଯୁଦ୍ଧ ଏଯାବତ୍ ଅସମାହିତ...
କୋଳାହଳ ଜାରି...
ନିଦ ଆସିବ ଆସିବ ହେଉଛି
କୁଢକୁଢ ଭାବନାର ଅସନା ରାସ୍ତା ଦେଖି
ଖଣ୍ଡଦୂରେ ଅଟକି ଯାଇଛି...।
ସପନକୁ ହାତ ଠାରି ଡାକୁଛି
ଆ...ଆ...ନାନାବାୟା ଗୀତ ଧରି
କାଳେ ନିଦ ଆସିଯିବ ତା' ଗୀତ ଶୁଣିବାକୁ,
ନା.... କହିଲା.....!
ରଙ୍ଗହୀନ ଲୁହ ଟୋପାଟିଏ ହୋଇ ଖସିଯିବ ବୋଲି ।
ଅନେକବାର ଅଧରକୁ ମନାକରିଛି
ଥରିବାର ନିସର୍ତ୍ତ ଯୋଗ ବନ୍ଦ କରିବାକୁ...
ଅମାନିଆ କହିବି କାହାକୁ ଯେ...
ମନହେଲେ ଥରିଯାଏ ଥରକୁ ଥର
ବେସୁରା କଇଁକଇଁ ସ୍ବର ଧରି ।
ଛବିଳ ଆଖି ଦୁଇଟା ମନମାରି
ଅନେଇ ରହନ୍ତ ....
ନାହିଁ ସେ ଜିଗୀଷା ଛୁଇଁବାକୁ ଦୂର ଦିଗବଳୟ
ନାହିଁ ଆଉ ସେ ଚମକ ଆକାଶର ତାରା ତୋଳି
ଅନ୍ଧାରକୁ ନଚେଇବା ପାଇଁ ।
ଏବେ ତ ଜୀର୍ଣ୍ଣଶୀର୍ଣ୍ଣ ଦୁର୍ଗ.....
କେବେ କେବେ ପ୍ରହାରକୁ ସହିଯାଏ ତ
କେବେ ଲୋଟିଯାଏ ଅସ୍ପଷ୍ଟ ଶବ୍ଦକରି
ପୁଣି ଥରେ ଗଢିହୋଇଯିବା ପାଇଁ......।
ଲୋଡାନାହିଁ ଏବେ ଛତ୍ରଧାରୀ
ଯୁଦ୍ଧର ଗତି ଇଙ୍ଗିତ ଦେବାକୁ...
ଯୁଦ୍ଧପ୍ରିୟ ହୋଇସାରିଛି....!
ତୁମେ ଆସିବନି ଯୁଦ୍ଧଅନ୍ତେ
ଫୁଲଟିଏ ଧରି......!




ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା