ଓଡିଶା ଓ ଓଡିଆ - ସାଗର ପ୍ରଧାନ

0
ଓଡ଼ିଶା ଆମ ଜନମ ଭୂଇଁ
ଓଡ଼ିଆ ମାତୃଭାଷା
ଆମେରେ ସବୁ ନବ କଳିକା
ନୂତନତାର ଆଶା।

ଓଡ଼ିଆ ବୋଲି ଜାଣେ ଜଗତ
ପ୍ରିୟ ପଖାଳ କଂସା
ହଳ ଲଙ୍ଗଳ ସବୁଜ କ୍ଷେତ
ଆମ ସାହା ଭରସା।



ଜଗା ବଳିଆ ବଡ଼ଠାକୁର
ଇଷ୍ଟଦେବତା ଆମ
ସୁଖ ଦୁଃଖ ରେ ଶୁଭ ଲଗନେ
ଶୁଭେ ତାଙ୍କରି ନାମ।

ବାଜିରାଉତ ଧରମ ପଦ
ଏହି ମାଟିର ସୂତ
ତାଙ୍କରି କାର୍ଯ୍ୟ ପ୍ରେରଣା ଦିଏ
ମନୁ ଲିଭାଇ ଭୀତ।



ପୁରୀ କୋଣାର୍କ ଭୁବନେଶ୍ଵରେ
ନାନା ମନ୍ଦିର ଉଭା
ମନ୍ଦିର ଅଙ୍ଗେ ଖୋଦିତ ଛବି
ଅତୀତ ପାଏ ଶୋଭା।

ଉଦୟଗିରୀ ଲଳିତଗିରୀ
କହେ ବୀରତ୍ଵ କଥା
ଦୟା ଭାର୍ଗବୀ ବଇତରଣୀ
ଗାଏ ପୁରାଣ ଗାଥା।



ସାଧବ ପୁଅ ଗର୍ବ ଆମର
ଯାଇ ବଣିଜ କରି
ଧନ ଦୌଲତ ନାନା ସମ୍ପଦ
ପୋତରେ ଆଣେ ଭରି।

ମାଟିର ବୀର ପାଇକପୁଅ
ଜାଗ୍ରତ ସିଂହ ସମ
ଫିରିଙ୍ଗି ସାଥେ ଲଢି ଥିଲାସେ
ଦେଖାଇ ପରାକ୍ରମ।



ଏହି ମାଟିର ସନ୍ତାନ ଆମେ
ଦେହ ରୁଧିର ବୀର
ମାଟିମାଆ ର ସମ୍ମାନ ପାଇଁ
ହେବାରେ ଅଗ୍ରସର।




ସାଗର ପ୍ରଧାନ, ପଦାଦିଗୀ, ଗଞ୍ଜାମ
ମୋ - ୯୧୨୪୭୭୬୨୮୭

Post a Comment

0Comments
Post a Comment (0)