ତୁମ ଆଗମନ ପାଇଁ - ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ

0
ନବ ପଲ୍ଲବ ରେ ପଲ୍ଲବିତ ହୋଇ
ବୃକ୍ଷରାଜି ଆଜି ହୋଇଛି ସଜାଇ
ତୁମ ଆଗମନ ପାଇଁ ହେ ବସନ୍ତ
ତୁମ ଆଗମନ ପାଇଁ।।।

ନାଲି ଓଢଣୀ କୁ ଟାଣି କୃଷ୍ଣଚୂଡ଼ା
ପ୍ରକୃତି ଦୁଆରେ ହୋଇଅଛି ଛିଡା
ପଳାଶ ଫୁଲରେ ତୋରଣ ସଜାଇ
ଦୁଆରେ ବସିଛି ଚାହିଁ
ତୁମ ଆଗମନ ପାଇଁ ହେ ବସନ୍ତ
ତୁମ ଆଗମନ ପାଇଁ ।।।


ମୃଦୁ ମୃଦୁ ବହେ ମଳୟ ପବନ
ବଉଳ ବଉଳ ବାସେ ଆମ୍ର ବନ
ଧରଣୀ ରାଣୀ ମୋ ମହକୁଛି ଆଜି
ଦେହେ ଅତର ପକାଇ
ତୁମ ଆଗମନ ପାଇଁ ହେ ବସନ୍ତ
ତୁମ ଆଗମନ ପାଇଁ ।।।

କୋକିଳ ଗାଉଛି ମଧୁର ତାନ ରେ
କୁମ୍ଭାଟୁଆ ଡାକେ ବୃକ୍ଷ(ଶାଖା) ଉହାଡରେ
ଏ ରୂପକୁ ଦେଖି କବିଏ ଲେଖନ୍ତି
ଭିନ୍ନ ଭିନ୍ନ ଭାବ ଦେଇ
ତୁମ ଆଗମନ ପାଇଁ ହେ ବସନ୍ତ
ତୁମ ଆଗମନ ପାଇଁ ।।।






ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଚକାପଦା, ବେଗୁନିଆ, ଖୋରଧା

Post a Comment

0Comments
Post a Comment (0)