ସଂନ୍ଧ୍ଯା ସାଜୁଅଛି ରାଣୀ
ପାହଡ ଶିଖରେ ରବି ଲୁଚିଗଲେ
ଲୋହିତ ଶେଯେ ଧରଣୀ ।।
ପୃଥିବୀ ଗାଉଛି ମାଟିର କବିତା
ବଣ ପାହଡକୁ ଘେରି
ଆସନ୍ନ ସଂନ୍ଧ୍ଯାର ଲଳିତ ରାଗିଣୀ
ଶୁଭିଲାଣି ଥିରି ଥିରି ।।
ସବୁଜିମା ଦିଶେ ଶୁଭ୍ର ରଙ୍ଗ ଧାରେ
ଫିକା ଲାଗଇ ଅବନୀ
ପକ୍ଷୀଙ୍କ କାକଳି ମନ ମୋହିଥାଏ
ଗୀତି ଶୁଣାଏ ପାବନୀ ।।
ତାରା ଗୋଟି ଗୋଟି ପ୍ରସ୍ଫୁଟିତ ନଭେ
ସତେ କି ଝଟକେ ହିରା
ନୀଳ ଆକାଶର ନିଳିମା କୋଳରେ
ଉଦୟ ଚନ୍ଦ୍ରମା ତୋରା ।।
ନିଶିଥ ଲଗନେ ଦିନ ଶୋଇଯାଏ
ଜୋଛନା ଭିଜା ସେ ରାତି
କୁଳୁ କୁଳୁ ହୋଇ ଝରଣା ବହୁଛି
ଧନ୍ୟ ଏ ପହର ପ୍ରୀତି ।।
ଧ୍ରୁବ ଚରଣ ବେହେରା, ଅଠରବାଟିଆ, ବାଲୁଗାଁ, ଖୋରଧା
