ଧନ ସୁନା ଡାକୁଥିବ
ରାଗିଗଲେ ଥରେ ମନେଇବା ପାଇଁ
ମିଠା କଥା କହୁଥିବ ॥
ତୁମ ପରି କିଏ ହେବ
ମିଠା କଥା କହୁଥିବ
ମନଟି ମୋହର ଉଦାସ ଦେଖିଲେ
ଓଠେ ହସ ଭରୁଥିବ ॥
ତୁମ ପରି କିଏ ହେବ
ଓଠେ ହସ ଭରୁଥିବ
ମୋର ଯଦି ଟିକେ ହୋଇଯାଏ କିଛି
ଲୁଚି ଲୁଚି କାନ୍ଦୁଥିବ ॥
ତୁମ ପରି କିଏ ହେବ
ଲୁଚି ଲୁଚି କାନ୍ଦୁଥିବ
ମୋତେ ଦେଖି ପୁଣି ହସିବାର ସତେ
ଅଭିନୟ କରୁଥିବ ॥
ତୁମ ପରି କିଏ ହେବ
ଅଭିନୟ କରୁଥିବ
ପାଟିକୁ ମୋହର ନରୁଚିଲେ କିଛି
ନିଜ ହାତେ ଖୋଉଥିବ ॥
ତୁମ ପରି କିଏ ହେବ
ନିଜ ହାତେ ଖୋଉଥିବ
ମୋ ନିଜଠାରୁ ମୋତେତ ଯେମିତି
ଭଲ ବେଶି ପାଉଥିବ ॥
ପ୍ରଶାନ୍ତ କୁମାର ନାଥ, ସୁନ୍ଦରପୁର, ଉତ୍ତରକୂଳହାଟ, ପ୍ରୀତିପୁର, ଯାଜପୁର,
ମୋ-୮୩୧୦୩୨୮୩୪୫
