ବସିଥିଲି ଏକା ଏକା
ଭାବନାରେ ସେଠି ମୋ ପ୍ରିୟା ସାଥିରେ
ହୋଇଗଲା ମୋର ଦେଖା ।
ପ୍ରିୟା କଥା ଭାବି ଜହ୍ନକୁ ଚାହିଁଲି
ଜହ୍ନରେ ଦେଖିଲି ମୁହଁ
ମନ ପଚାରିଲା ଜହ୍ନ ପ୍ରିୟା ମଧ୍ୟେ
କିଏସେ ସୁନ୍ଦରୀ କୁହ ।
ଭାବିଲି ଜହ୍ନକୁ କହିବି ସୁନ୍ଦର
ମୋ ମନ ମାନିଲା ନାହିଁ
ପ୍ରିୟାକୁ ସୁନ୍ଦର ଭାବିଲି ମନରେ
ମୋ ମନ ବୁଝିଲା ନାହିଁ ।
ମୋତେ ଲାଗୁଥିଲା ଜହ୍ନଟ ଅଟଇ
ସବୁଠୁ ବେଶି ସୁନ୍ଦର
ପ୍ରିୟା ବି ସୁନ୍ଦର ତୋଫା ଜହ୍ନ ପରି
ହୃଦୟେ ତୋଳିଛି ଘର ।
ଭାବିଲି ସତରେ ଜହ୍ନ ପ୍ରିୟ ମଧେ
ପରିବିନି ଜଣେ ବାଛି
ଜହ୍ନ ବି ସୁନ୍ଦର ପ୍ରିୟ ବି ସୁନ୍ଦର
ସାମଞ୍ଜସ୍ୟ କେତେ ଅଛି।
ପ୍ରଶାନ୍ତ କୁମାର ନାଥ, ସୁନ୍ଦରପୁର, ଉତ୍ତରକୂଳହାଟ, ପ୍ରୀତିପୁର, ଯାଜପୁର,
ମୋ-୮୩୧୦୩୨୮୩୪୫
