ଜଗନ୍ନାଥ ହେ ତୁମ ଦେଶରେ - ସନ୍ତୋଷ କୁମାର ମହାନ୍ତି

0
ଜଗନ୍ନାଥ ହେ ତୁମ ଦେଶ ରେ,
ନେତା ଏଠି ଲୋକ ପୂଜନ୍ତି
କେବେ ଫୁଲ ମାଳରେ,
ମୁଖିଆ ଙ୍କୁ ପୂଜନ୍ତି ପୁଣି ଜୋତା ରେ,।।
ଜଗନ୍ନାଥ ହେ ତୁମ ଦେଶ ରେ,
ପ୍ରେମ ଏଠି ରାସ୍ତା ଘାଟରେ,
ମିଳୁଛି ପଇସା ରେ ଶସ୍ତା ରେ ।।
ଜଗନ୍ନାଥ ତୁମ ଦେଶ ରେ,
ସବୁ ଏଠି କବି ସମ୍ରାଟ,
ନଗ୍ନ ତା ପଶିଗଲାଣି କବିତା ରେ ।।
ଜଗନ୍ନାଥ ହେ ତୁମ ଦେଶ ରେ
ଲଙ୍ଗଳା ଏଠି ଲଙ୍ଗଳା ହେଲାଣି,
ଧନୀ ବିଦେଶେ ମଉଜରେ ।।
ଜଗନ୍ନାଥ ତୁମ ଦେଶରେ
ଏଠି ଭଣ୍ଡ କୁ କରନ୍ତି ଠାକୁର
ନେତା ସବୁ ଏଠି ଏଇ ଦେଶରେ ।।
ଜଗନ୍ନାଥ ହେ ତୁମ ଦେଶରେ
ଭୁଲି ଗଲେଣି ଏଇ କଥା,
ଉତ୍କଳେ ନେତା ନାହିଁ ପ୍ରୟୋଜନ ,
ନେତା ଯେ ପ୍ରଭୁ ନିଜେ ନାରାୟଣ ।।



ମହାଗାଲୁଆ ସନୁ, ଗୁଣପୁର, ରାୟଗଡା

Post a Comment

0Comments
Post a Comment (0)