ହୋଲି - ଶ୍ରୀନିବାସ ବିଶ୍ଵାଳ

0
ଭାବିଥିଲି ଇନ୍ଦ୍ରଧନୁ ଠାରୁ
ଆଞ୍ଜୁଳାଏ ରଙ୍ଗ
ଉଦ୍ଧାର ମାଗି ଲେପିଦେଇ ଥାନ୍ତି
ତୁମ ସର୍ବାଙ୍ଗରେ,
ସେ କିନ୍ତୁ ଈର୍ଷାରେ ମନାକଲା
ତଥାପି ସରିନାହିଁ ଅଦମ୍ୟ ଆକାଂକ୍ଷା ମୋର,
ମୋ ଆବେଗ ଭରା ହୃଦୟର
ସବୁଯାକ ପ୍ରେମ ରଙ୍ଗ
ବୋଳି ଦେବି ତୁମ ଦେହେ,
ଖାଲି ତୁମେ ଯାହା ଅନୁଭବ କରିବ
ମୋ ଅନୁଭବକୁ,
ଆଉ ତୁମେ କହିବ, ଇସ୍,,,,
ବାସ୍ ସେତିକି ଥାଉ,,
ଲାଜ ମାନେ ନୃତ୍ୟ କରୁଥିବେ
ମୋ ଆଖିର ନାଟ ମଣ୍ଡପରେ,,
*ହୋଲି ସରିଗଲା*



ଶ୍ରୀନିବାସ ବିଶ୍ଵାଳ

Post a Comment

0Comments
Post a Comment (0)