ଠିଆ ସରସୀ ତୀରେ
ଥରା ଓଠର ସୁରେ,
ଢଳଢଳ ତା' ନୟନ ଯୋଡି
ଦେଖେ ଦରଦ ଗାରେ
ହେବକି ଭେଟ ଥରେ ।
ଛନଛନ ତା' କୋମଳ ମନ
ସ୍ମରୀ ସେ' ତକାତକି
ପାଇ ପିରତି ଝୁଙ୍କି,
ହସ ଖୁସିଆ ମନଟି ଆଜି
ଯାଇଛି ଶୁଖିଶୁଖି
ମାସୀ ଦିନ ଏକାକୀ ।
ମାତବରିଆ ସପନ ତା'ର
ବାହୁନେ ଥିରିଥିରି
କୁହୁଳେ ଝୁରିଝୁରି,
ପ୍ରୀତି ପୀଡନ ଟୁପୁସୀ ମାନ
କିପରି ଯିବ ସରି
ପ୍ରିୟ ପିରତି ଧରି ।
ପ୍ରଶାନ୍ତ କୁମାର ସାହୁ, ଛତ୍ରଗଡ, ଖୋର୍ଦ୍ଧା
