ଏ ସନ ପହିଲି ଆଷାଢ଼କୁ - ଅଧ୍ୟାପିକା ସସ୍ମିତା ମିଶ୍ର

0
ଦୂର ମହାଦେଶରୁ
ଆସିବେ ବଡଭାଇନା
ସାଗର ମହାସାଗର
ଭୂଖଣ୍ଡ ଟପି ଟପି
ଆକାଶ ଯାନରେ
ଏସନ ପହିଲି ଆଷାଢ଼କୁ
କାହିଁ କଅଣ
ବାହା ପୁଆଣି
ପୁନିଅଁ ପରବ
ଶ୍ରାଦ୍ଧ ମଉଳା
ମଲାମୂର୍ତ୍ତିକିଆ
ପଡିଲା କି ?
ଅପାଶୋରା
ହିଡ଼ତୋଟା
ବଡବନ୍ଧ
ବୁଢାବଳଙ୍ଗ ରେ
ବଇଆର ଡାକ
ବେଗେ ଆସ
ହେଇତିନି ଛାଡ଼ିଲି
ସେକୂଳକୁ ଚାଲିଲି
ବାଉତି ଉପ୍ରା ବିଦ୍ୟଳୟ
ଅଣନିଶ୍ୱାସୀ କଲା କି?
ଜଡି ଯିବାକୁ ଇଚ୍ଛା ହେଲା ଆଉ ଥରେ
ନା
ଆସିବେ ଏସନ
ପହିଲି ଆଷାଢକୁ
ଭାଗ କରିବାକୁ
ପାଞ୍ଚପୁଋଷିଆ ଡିହଟା
ପଣ ଜେଜେ ଅମଳର
ଖପର ଘରଖଣ୍ଡକ (୧)

କେଉଁ ଦ୍ବୀପ ପୁଞ୍ଜରୁ
ଧାଇଁଆସିବେ
ମଝିଆଭାଇନା ମୋର
ଏସନ ପହିଲି ଆଷାଢ଼କୁ
ପଞରା ଗଣା ଦିହରେ
ପାଞ୍ଚ ହାତିଆ ଶାଢ଼ୀ ଢାଙ୍କି
ଲଣ୍ଡମଣ୍ଡ ହେଇ
ଚଉରା ମୂଳେ ସଞ ଦେଉ ଦେଉ
ଢ଼ୋ ଢ଼ୋ ମୁଣ୍ଡପିଟି
ପ୍ରବାସୀ ପୁଅ ପାଇଁ
ଗୁଣୁଗୁଣୁ ହେଇ
ଶୁଭ ମନାସୁଥିବା
ମାଆ
ମନେପଡିଗଲା କି ?
ନା
ମା ଥାଉଥାଉ
ଡ଼ିହବାଡି ନେଟେରା
ତୁଟେଇବାକୁ
କେରା କେରା କରିଵାକୁ
ଵାସ ନୁହେଁ
ମାଆର ସର୍ବସ୍ୱ (୨)


ଆଉ ମୁଁ
ମୁଁ ହତଭାଗା ସୁମନ୍ତ
ସୁମନ୍ତ ମିଶ୍ର
ବେରୋଜଗାରିଆ ଅଧ୍ୟାପକ
ବରୁଣେଇ ପ୍ରାଇଭେଟକଲେଜ
ସଅଳ ପାଠ ପଢ଼େଇ ଦେଇ
ଗାଁବସରେ ଫେରିଯିବି
ବଡ଼ଭାଇନା ମାନଙ୍କ
ଆଦେଶରେ
ଭାଗମାଗିବାକୁ ନୁହେଁ
ବରଂ
ଅନେଇ ବସିବାକୁ
ଏସନ
ପହିଲି ଆଷାଢକୁ
କେମିତି ଗାଳିବ
ରୋଜ ରୋଜ ବର୍ଷା
ଆମ ଛାତଉପରେ
ସମାନ
ବଡ଼ରୁ ସାନ କ୍ରମେ
ନା ସାନରୁ ବଡ଼କ୍ରମେ
ଅନେଇ ରହିବି
ସେରାତିର ଜୋଛନାକୁ
କେମିତି ବାଣ୍ଟିବ
ତାର କିରଣ
ଆମ ଛାତ ଉପରେ
ଠାଏ ତୋରା
ଠାଏ ଦର ତୋରା
ଠାଏ ଅନ୍ଧାର
ଏମିତି ନା
ଆଉ କେମିତି ?? (୩)






ଅଧ୍ୟାପିକା ସସ୍ମିତା ମିଶ୍ର, ମହାନଦୀବିହାର ମହିଳା ମହାବିଦ୍ୟାଳୟ, କଟକ, ଦୂରଭାଷ-୯୦୭୮୫୭୯୬୧୨

Post a Comment

0Comments
Post a Comment (0)