ପ୍ରୀତି ରଙ୍ଗ ଟିକେ ଦିଅ
ମନେ ଅଛି ଆଶା ରଖିଛି ଭରସା
ମନ ଦେଇ ମନ ନିଅ ॥
ମିଠା ମିଠା କଥା କହି ତୁମେ ମୋତେ
ବାଢି ଦେବ ମିଠା ପରସ
ମିଠା ପ୍ରତୀକ୍ଷାରେ ବାଟ ଚାହିଁଥିବି
ଯେମିତି ମୁଁ ପ୍ରତି ବରଷ ॥
ହସି ହସାଇବ ଖୁସି ସାଉଁଟିବ
ଫଗୁଣର ପ୍ରତି ଛନ୍ଦେ
ଝରିପଡୁ ସ୍ନେହ ପ୍ରେମ ସୁଧାବାରି
ମନ ଭିଜୁ ପ୍ରୀତି ବୁନ୍ଦେ ॥
ଫଗୁଣ ନଲାଗୁ ଫିକା ଫିକା କେବେ
ସ୍ମୃତି ରଙ୍ଗେ କଷି ଯାଉ
ବରଷକୁ ଥରେ ଏଇ ମନଧାରେ
ପ୍ରୀତି ବନ୍ୟା ବହୁଥାଉ
ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଞ୍ଜ
