ଆହା ମିଳୁ ନାହିଁ
ହିରୋଇନ କୁ ମିଳେ
ହଜାରେ ବାହା...
ଦେଶ ପାଇଁ ଗୁଳି
ଖାଇ ଗଲେ ଟଳି
ପଚାରୁନି କେହି
ପୁଅ ଟି କାହା...
ଦିନରାତି ଯିଏ
ସୀମା ରେ ଜଗିଛି
ନିଜ ରକତ ରେ
ଖେଳୁଛି ହୋଲି...
କେଡେ ସ୍ୱାର୍ଥ ପର
ଏ ସାରା ସଂସାର
ତା ବଳିଦାନ କୁ
ଯାଉଛି ଭୁଲି...
ରକତ ନିଗାଡ଼ି
ବଇରୀ ତଡି
ଆଗକୁ ଆଗକୁ
ଯାଉଛି ମାଡି....
ତା ନାଁ ଯବାନ
ସିଏ ତ ମହାନ
ତା ସହିଦେ ଲୋତକ
ଦିଅ ହେ କାଢି...
ଗୋପାଳ ଚନ୍ଦ୍ର ସାଓ, ବାରିପଦା, ମୟୂରଭଂଜ
