ମନ ମୋ'ଦେଲି ତୁମକୁ - ସନ୍ତୋଷ ପଟ୍ଟନାୟକ

0
ମନ ମୋ’ ଦେଲି ତୁମକୁ●●●●
ତୁମକଥା ଭାଳେ ସଞ୍ଜବତୀ ଜାଳେ
ଆଶା ତୁମ କୃପା ବାରିକୁ
ଅମୃତ କରୁଣା ନ କରିବ ଊଣା
ଘୁଞ୍ଚାଅ ଦୁଃଖି ଦୁଃଖକୁ…..
କେଉଁ କୁଞ୍ଜେ ଅଛ ରାସରେ ରସିଛ
ଅବା ଫୁଲ ସୁରଭିରେ
ମନ୍ତ୍ର,ଯନ୍ତ୍ର, ତନ୍ତ୍ର ଜଣା କିବା ମୋତେ
ସ୍ମରେ ଯାହା ଭକତିରେ….
କି’ଅଛି ବିଶ୍ବାସ ଚାଲୁଥିବ ଶ୍ବାସ
ଭରଷାକି ଜୀବନକୁ
ତୁମରି ଭରଷା କରି ଶେଷ ଆଶା
ମନ ମୋ’ ଦେଲି ତୁମକୁ…..



ସନ୍ତୋଷ ପଟନାୟକ, ତିରିଡା, ଗଞ୍ଜାମ

Post a Comment

0Comments
Post a Comment (0)